POLITICALS

ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ପି.ଚିଦାମ୍ବରମ, ଖୋଜୁଛନ୍ତି ଇଡି ଓ ସିବିଆଇ

Untitled 1

ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ! ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍‌ଙ୍କ ଘରୁ ଖାଲି ହାତରେ ଫେରିଛନ୍ତି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ରହିଛି।

Ed 1 750x430
Ed 1 750×430

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ  ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।

କୋର୍ଟ ଆଜି ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

 

ପଢନ୍ତୁ: ଆରପାରିରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର

Related posts

ଜଳପଥରୁ ଭାରତକୁ ଆତଙ୍କବାଦୀ ଆକ୍ରମଣ ଯୋଜନା

Ratnamani Moharana

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଗୀଲାନି

Ratnamani Moharana

ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Ratnamani Moharana

1 comment

Leave a Comment