News

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର

sunil

ରାଜ୍ୟରେ ଚାଲିଛି ଭୋଟ ପ୍ରସ୍ତୁତି।ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜିଠାରୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।ସେ ଦୁଇ ଦିନ କାଳ ଓଡିଶା ରେ ରହି ଭୋଟ ପ୍ରସ୍ତୁତିର ତଦାରଖ କରିବା ସହ ଭୋଟ ଅଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।ଭୋଟର ସଂଶୋଧନ ପ୍ରକ୍ରିୟା ଏବଂ ଇଭିଏମ ଓ ଭିଭପାଟ ତାଲିମ ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି।ମଙ୍ଗଳବାର ସଚିବାଳୟରେ ଇଭିଏମ୍‌ ଏବଂ ଭିଭିପାଟ୍‌ ମେଶିନର ମକ୍‌ ଡ୍ରିଲ କରାଯାଇଥିଲା।ଏହି ମକ୍‌ ଡ୍ରିଲରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଆଗାମୀ ଏପ୍ରିଲରୁ ମେ ମଧ୍ୟରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଉକ୍ତ ନିର୍ବାଚନ ଲାଗି କିପରି ପ୍ରସ୍ତୁତି ଚାଲିଛି ସେସବୁର ସିଇସି ତଦାରଖ କରିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ କମିସନ ଅନୁଧ୍ୟାନ କରିବା ସହ ପୋଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆସନ୍ତା ୧୫ ତାରିଖରେ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଆଇନ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ।ସେହିଦିନ ଅପରାହ୍ନରେ ନିର୍ବାଚନ କମିସନଙ୍କ ନିର୍ବାଚନ ପ୍ରସ୍ତୁତି ନେଇ କମିସନ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଢନ୍ତୁ; ଆସନ୍ତୁ ଜାଣିବା କିପରି ତିଆରି ହୁଏ ବ୍ରେଡ ପୁଡିଂ

Related posts

ପୁରୀରେ ଚାଲିଛି ୧୦ ଏଟିଏମ ବସ

Ratnamani Moharana

୧୮ ଯାଏଁ କାଳବୈଶାଖୀ ସମ୍ଭାବନା

ENO Beuro

ଗଣ୍ଠି ଯନ୍ତ୍ରଣା ପାଇଁ ଲେମ୍ବୁ ଚୋପା କେତେ ଉପକାରୀ ଆସନ୍ତୁ ନଜର ପକେଇବା

ENO Beuro

Leave a Comment