News

କାଲି ଓଡିଶାର ୯ଟି ବୁଥରେ ହେବ ସାନି ମତଦାନ

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ   ଲୋକସଭା ଏବଂ ବିଧାନସଭା ଭୋଟ ଗ୍ରହଣ ବେଳେ ଦେଖାଦେଇଥିବା ବିଭିନ୍ନ ତୃଟି  ଲାଗି ଆସନ୍ତା ୨୫ ତାରିଖ ଗୁରୁବାର  ସାନି ମତଦାନ ହେବ। ଏଥିରେ  ୪ଟି ଜିଲ୍ଲାର ୯ଟି ବୁଥରେ ପୁଣି ଭୋଟ ହେବାକୁ ଥିବା ବେଳେ ମତଦାତା ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସୁନ୍ଦରଗଡ-୨ ଲୋକସଭା ସଂରକ୍ଷିତ ଆସନର ବଣେଇ ବିଧାନସଭା ଅନ୍ତର୍ଗତ କେନ୍ଦ୍ରକେଲା ଉପରପଡା ୧୨୯ ନମ୍ବର ବୁଥ ଓ ସୁନ୍ଦରଗଡ- ସଂରକ୍ଷିତ ବିଧାନସଭା ଆସନର ୨୧୩ ନମ୍ବର ରଙ୍ଗଢିପା ବୁଥ, ସେହିପରି ୧୩ କନ୍ଧମାଳ  ଲୋକସଭା ଆସନର ୧୨୧ ଦଶପଲ୍ଲା  ବିଧାନସଭା ସଂରକ୍ଷିତ ଆସନ   ବାହାଡାଝୋଲା-୧ ର ୨୧୦ ନମ୍ବର ବୁଥ ଓ ବେତନଟି ୨୨୨ ନମ୍ବର ବୁଥ ପାଇଁ ହେବ ସାନି ମତଦାନ।  ବରଗଡ  ଲୋକସଭା ଆସନ ଅନ୍ତର୍ଗତ ଅତାବିରା ବିଧାସଭା ସଂରକ୍ଷିତ ଆସନର ଅରେଇଗୁଡି ୨୩୫ ନମ୍ବର ବୁଥ ,ବରଗଡ-୩ ବିଧାନସଭାର ଶକ୍ତିନଗର ୬୮ ନମ୍ବର ବୁଥ, ପଦମପୁର ୧ନମ୍ବର ବିଧାନସଭା ଆସନର ଡଭା ୧୬ନମ୍ବର ବୁଥ ଓ ବ୍ରଜରାଜନଗର  ଚାରମାଲ ପ୍ରୋଜେକ୍ଟ ବୁଥ ନମ୍ବର ୨୫୪ ସମେତ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧ ୯ ନମ୍ବର ଆସ୍କା  ଲୋକସଭା ଆସନର ୧୨୯ ବିଧାନସଭା ଅନ୍ତର୍ଗତ ରେଣ୍ଟାଇ ୧୮୨ ନମ୍ବର ବୁଥରେ ମତଦାନ ହେବ। ଏହି ସବୁ ସ୍ଥାନ ଗୁଡିକରେ ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ।
ପଢନ୍ତୁ: ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଘଟଣାରେ ଆଜି ହେବ ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି

Related posts

ଜଳୁଛି ଓଡିଶା: ୧୮ରେ ଡେଇଁବ ସୀମା

Ratnamani Moharana

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ENO Beuro

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ !

ENO Beuro

1 comment

Leave a Comment