News

କାର୍ଯ୍ୟଦିବସରେ ଛୁଟି ନେଇପାରିବେନି ବିଚାରପତି

cj

ସୁପ୍ରିମ କୋର୍ଟ ମୂଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗାଇ ଏକ ନୂଆ ନିର୍ଦେଶ ଜାରି କରିଛନ୍ତି ଯାହା ଅନୁଯାୟୀ ,ବିଚାରପତି ମାନେ ଏବେ କାର୍ଯ୍ୟଦିବସରେ ଛୁଟି ନେଇପାରିବେନି।କାର୍ଯ୍ୟଦିବସରେ ବିଚାରପତିଙ୍କ ଏଲ୍‌ଟିସି ନେବା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ସୁପ୍ରିମ‌୍ କୋର୍ଟ ପ୍ରଧାନ ବିଚାରପତି କହିଛନ୍ତି।

cj

ଅକ୍ଟୋବର ୩ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଗୋଗାଇ ମାମଲାର ବୋଝ ହାଲକା କରିବା ପାଇଁ ସଙ୍କେତ ଦେଇଥିଲେ । ଏହାର ଠିକ୍ ଗୋଟିଏ ସପ୍ତାହ ପରେ ସେ ଦେଶର ସମସ୍ତ ହାଇକୋର୍ଟ କଲେଜିୟମ ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏପରିକି ଭିଡିଓ କନଫରେନ୍ସିଂ ଜରିଆରେ ଦୀର୍ଘ ଦିନ ଧରି ଚାଲୁଥିବା ମାମଲାର ଶୁଣାଣୀ କରିବା ପାଇଁ ସେ ଜୋର ଦେଇ କହିଥିଲେ । ଜଷ୍ଟିସ ଗୋଗାଇ ସିଧାସଳଖ ଭାବେ ଜରୁରୀକାଳୀନ ପରସ୍ଥିତି ଛଡା କୌଣସି ହାଇକୋର୍ଟ କିମ୍ବା ତଳ କୋର୍ଟର କୌଣସି ଜଜ ନିଜର କାର୍ଯ୍ୟ ଦିବସରେ ଛୁଟି ନେଇପାରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏହା ସହ ଏହି ସମୟରେ କୌଣସି ବି ସେମିନାରରେ ଯୋଗ ଦେବା ଆବଶ୍ୟକ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ‌େଯାଗ୍ୟ, ସୁପ୍ରିମ୍ କୋର୍ଟରେ ଏବେ ପ୍ରାୟ ୫୫,୦୦୦ ମାମଲା ଅଟକିଥିବା ବେଳେ ୨୪ ହାଇକୋର୍ଟରେ ୩୨.୪ ଲକ୍ଷ ଏବଂ ତଳକୋର୍ଟଗୁଡ଼ିକରେ ୨.୭୭ କୋଟି ମାମଲା ପଡ଼ିରହିଛି।

ପଢନ୍ତୁ; ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

Related posts

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

ENO Beuro

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ENO Beuro

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

ENO Beuro

Leave a Comment