Bollywood

“କଭି ଖୁସି କଭି ଗମ” ସିନେମାର ଶିଶୁ କଳାକାର ଜୀବ୍ରାନ ଖାନ ଏବେ କେତେ ସ୍ମାର୍ଟ ଦିଶୁଛନ୍ତି ଜାଣନ୍ତୁ

By Krishna Kumar Manoj

September 05, 2017

୨୦୦୧ ରେ କରଣ ଜୋହର ଙ୍କ ସୁପେରହିଟ ସିନେମା କଭି ଖୁସି କଭି ଗମ ରେ କାଜଲ, ଶାହରୁଖ ଖାନ, ହ୍ରୀତିକ ରୋଶନ, କରିନା, ଅମିତାଭ ବଚନ, ଜୟା ବଚନ ମୁଖ୍ୟ ଭୂମିକାରେ ଥିଲେ । ଏମାନଙ୍କ ସହ ବହୁ ଶିଶୁ କଳାକାର ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ସେମାନଙ୍କ ମଧ୍ୟରୁ କାଜଲ, ଶାହରୁଖ ଖାନଙ୍କ ପୁଅ ଭୂମିକାରେ ଆସିଥିବା ଜୀବ୍ରାନ ଖାନ ସିନେମାର ମୁଖ୍ୟ ଆକର୍ଷଣ ଥିଲେ । ସିନେମାରେ ତାଙ୍କ ନାମ କୃଶ ରାୟଚନ୍ଦ ଥିଲା । କିନ୍ତୁ ବର୍ତ୍ତମାନ ଏହି ଶିଶୁ କଳାକାର ଜଣକ ବହୁତ ବଡ ହେଇଗଲେଣି ।

ସେହି ସମୟର ମାତ୍ର ୮ ବର୍ଷର ଶିଶୁ ଏବେ ୨୩ ବର୍ଷର ହ୍ୟାଣ୍ଡସମ ଯୁବକ ହେଇଗଲେଣି । ସେ ଏବେ ଖୁବ ସ୍ମାର୍ଟ ମଧ୍ୟ ଦିଶୁଛନ୍ତି ।

ରାମାନନ୍ଦ ସାଗରଙ୍କ ମହାଭାରତ ଧାରାବାହିକରେ ଅର୍ଜୁନଙ୍କ ଅଭିନୟ କରିଥିବା ଫିରୋଜ ଖାନ ହେଉଛନ୍ତି ଜୀବ୍ରାନଙ୍କ ପିତା । ଜୀବ୍ରାନ ନିଜକୁ ଏକ ମଡେଲ ରୂପେ ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ସେ ନିଜକୁ ସର୍ବଦା ଫିଟ ରଖିବାକୁ ପସନ୍ଦ କରୁଛନ୍ତି । ଏହା ସହିତ ସେ ନିଜର ଏକ ନୃତ୍ୟ ଏକାଡେମି ଖୋଲିଛନ୍ତି ଯେଉଁଠି ସେ ଟିନ ଏଜରଙ୍କୁ ନୃତ୍ୟ ଶିଖାଉଛନ୍ତି ।

ଜୀବ୍ରାନ କଭି ଖୁସି କଭି ଗମ ପରେ ବିକାଶ ଆଇ ଡୋଣ୍ଟ ଲାଇ ଏବୋଂ ଋସ୍ତେ ସିନେମାରେ ମଧ୍ୟ ନଜର ଆସିଛନ୍ତି । ଏବେ ଖାଲି ଅପେକ୍ଷା ଯେ କେବେ ସେ ବଲିଉଡ ରେ ଲୀଡ ରୋଲରେ ନଜର ଆସିବେ ।

ମହାଭାରତ ର କୃଷ୍ଣ ଅଭିନୟ କରିଥିବା ନିତୀଶ ଭରଦ୍ଵାଜ କାହାଣୀ