News

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ମା’ବାପାଙ୍କ ଆଖି ଆଗରେ ଜୀବନ୍ତଦଗ୍ଧ ହୋଇଗଲା ପୁଅ। ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ପୁଅକୁ ଉଦ୍ଧାର କରିବାକୁ ସେମାନେ ସକ୍ଷମ ହୋଇ ନ ଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ମାହାଙ୍ଗା ତହସିଲ ଅଧୀନ ମୂଳବସନ୍ତ ପଞ୍ଚାୟତ ଧର୍ମଦାସପୁର(ବ୍ରାହ୍ମଣ ସାହି)ରେ। ମୃତକ ହେଲେ ଉକ୍ତ ଗ୍ରାମର ପ୍ରକାଶ ମିଶ୍ରଙ୍କ ସାନପୁଅ ପ୍ରଣବ(୧୨)। ରବିବାର ବିଳମ୍ବିତ ରାତିରେ ଘଟିଥିବା ଘଟଣା ମାହାଙ୍ଗା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଗତ କିଛି ବର୍ଷ ହେବ ପାରିବାରିକ କଳହ ଯୋଗୁଁ ସେ ଘର ଛାଡି ପରିବାର ସହ ଅନ୍ୟତ୍ର କୁଡ଼ିଆ କରି ରହୁଥିଲେ। ଗତ କିଛିଦିନ ତଳେ ଗ୍ରାମର ବିଭିନ୍ନ ଲୋକଙ୍କଠାରୁ ୮୫ ହଜାର ଟଙ୍କା ଧାର କରଜ କରି ସେଠାରେ ଏକ କୋଠାଘର ନିର୍ମାଣ ପାଇଁ ଯୋଜନା କରୁଥିଲେ । ଏଥିପାଇଁ ରଡ୍‌, ସିମେଣ୍ଟ ଓ ଇଟା ପକାଇଥିଲେ । କିନ୍ତୁ ଗତ କିଛି ଦିନ ତଳେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ଦୁଇ ଜଣ ବ୍ୟକ୍ତି ତାଙ୍କୁ ଘର କରାଇ ନଦେବା ପାଇଁ ଧମକ ଦେଇଥିଲେ। ଏପରିକି ବିଳମ୍ବିତ ରାତିରେ ଘର ନିକଟରେ ପଡିଥିବା ଲୁହା ଛଡ ଓ ସିମେଣ୍ଟ ଚୋରି ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ପୋଷା କୁକୁର ଭୁକିବାରୁ ସେମାନେ ଚାଲିଯାଇଥିଲେ। କିନ୍ତୁ ଏହି ଘଟଣାର ପର ଦିନ ସେହି ପୋଷା କୁକୁରକୁ ଦୁର୍ବୃତ୍ତ ମାନେ ବିଷ ଦେଇ ମାରି ଦେଇଥିଲେ । ତାଙ୍କ ବଡ ପୁଅକୁ ମାରି ଦେବାପାଇଁ ମଧ୍ୟ ସେମାନେ ଧମକ ଦେଇଥିବା ଶ୍ରୀ ମିଶ୍ର କହିଛନ୍ତି।

ରାତି ପ୍ରାୟ ୧୨ଟା ପାଖାପାଖି ସମୟରେ ସେମାନଙ୍କ ଘର ଦୁଆର ମୁହଁ ଜଳୁଥିବା ଦେଖି ବାପା, ମା ଓ ବଡ ପୁଅ ଦୌଡି ପଳାଇ ଆସିଥିଲେ।

କିନ୍ତୁ ଧର୍ମଦାସପୁର ଉପ୍ରା ମଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିବା ସେମାନଙ୍କର ୧୨ ବର୍ଷର ସାନପୁଅ ପ୍ରଣବ ଘର ଭିତରେ ରହିଯାଇଥିଲା। ପ୍ରଣବ ଘର ଭିତରୁ ‘ବୋଉ ମତେ ବଞ୍ଚାଲୋ, ବଞ୍ଚାଲୋ’ କହି ଚିତ୍କାର କରୁଥିଲା । କିନ୍ତୁ ବିଚରା ବାପା ମାଆ ଓ ଭାଇ ଝରକା ବାଟେ ପ୍ରଣବର ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ।।

ମିଳିଥିବା ସୂଚନା ଅନୁଯାୟୀ ଭୋଜି ଖାଇ ଘରକୁ ଆସି ଶୋଇଥିଲେ ବାପା, ମା ଓ ୨ପୁଅ। ହଠାତ୍‌ ଦୁଆର ମୁହଁରେ ନିଆଁ ଜଳୁଥିବା ଜାଣି ବାପ, ମା’ ଓ ବଡ ପୁଅ ଘର ବାହାରକୁ ଦୌଡି ପଳାଇ ଆସିବା ବେଳେ ଭିତରେ ୧୨ ବର୍ଷର ସାନପୁଅ ରହିଯାଇଥିଲା। ଘର ଭିତରେ ଥାଇ ଚିତ୍କାର କରୁଥିବା ପୁଅକୁ ବଂଚାଇବା ପାଇଁ ବାପା-ମା’ଙ୍କ ଆପ୍ରାଣ ଉଦ୍ୟମ ବ୍ୟର୍ଥ ହେଲା। ଚାଳ ନିଆଁ ଅଜାଡ଼ି ପଡ଼ିବାରୁ ବାପା, ମା’ଙ୍କ ଆଖି ଆଗରେ ଜଳିଗଲା ପୁଅ।

ପଢନ୍ତୁ; ତରଭୁଜ ଖାଇ ଚୋପା ଫୋପାଡି ଦେଉଛନ୍ତି କି? ଜାଣନ୍ତୁ ଏହି ଚୋପାର ଉପକାରିତା ସମ୍ପର୍କରେ

Related posts

ସୋସିଆଲ ମିଡିଆରେ ଭାଇରାଲ ହେଉଛି ନବୀନଙ୍କ ଫିଟନେସ ଭିଡିଓ

Ratnamani Moharana

କାଶ୍ମୀରରେ ୪ ଜଣ ଆତଙ୍କୀ ନିହତ କଲେ ସୁରକ୍ଷା ବାହିନୀ

Ratnamani Moharana

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି

ENO Beuro

1 comment

Leave a Comment