News

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଜାତୀୟ ଅଭିଯାନ ଆରମ୍ଭ

ସମାଜରେ ଦିନକୁ ଦିନ ବଢିଚାଲିଛି ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା । ଶିଶୁ ଯୌନ ନିର୍ଯାତନା ନିରାକରଣ ଆଇନର ତଥ୍ୟ ଅନୁଯାୟୀ,  ପ୍ରତି ୧ ଲକ୍ଷ ଶିଶୁରେ ପ୍ରାୟ ୭ ହଜାର ଶିଶୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି ।  ଶିଶୁ ଯୌନ ଶୋଷଣରେ ଭାରତ ବିଶ୍ୱରେ ଦ୍ୱିତୀୟ ଓ ଦେଶ ଭିତରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

୨୦୧୪ରେ ୭୫୩ ଶିଶୁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୫କୁ ତାହା ବଢ଼ି ୧୦୫୨ଟି ରୁଜୁ ହୋଇଛି । ବର୍ଷେ ଭିତରେ ଶିଶୁ ଯୌନ ନିର୍ୟାତନା ପ୍ରାୟ ୬୭% ବଢ଼ିଛି । ଆହୁରି ପୁଣି ଶିକ୍ଷା, ସଚେତନ ଅଭାବରୁ ପ୍ରାୟ ୭୦% ମାମଲା ପଞ୍ଜୀକୃତ ହୋଇପାରୁନାହିଁ ବୋଲି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ କହୁଛି ।

ଏନସିଆରବି ତଥ୍ୟ ମୁତବକ ୨୦୧୫ରେ ଭାରତରେ ଶିଶୁ ଦୁଷ୍କର୍ମ ବାବଦରେ ୧୦ ହଜାର ୮୫୪ଟି ମାମଲା ରୁଜୁ ହୋଇଥିବାବେଳେ ୧୦୫୨ ମାମଲା ସହ ଓଡ଼ିଶା ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ।

ସମାଜରେ ଘଟୁଥିବା ଶିଶୁ ଯୌନ ଶୋଷଣ ଓ ନିର୍ଯାତନାକୁ ରୋକି ୨୦୨୧ ସୁଦ୍ଧା ଦେଶକୁ ଏକ ଶିଶୁ ଅନୁକୂଳ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଓ୍ଵାଲର୍ଡ ଭିଜନ ଇଣ୍ଡିଆ (ଡବ୍ଲ୍ୟୁଭିଆଇ) ପକ୍ଷରୁ ଜାତୀୟ ଅଭିଯାନ ଆରମ୍ଭ ହୋଇଛି । ୭ ହଜାର ସହର, ସହରାଭିମୁଖୀ ଗ୍ରାମାଞ୍ଚଳ ଓ ଗ୍ରାମଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ସାମିଲ କରିବା ଅନୁଷ୍ଠାନର ଲକ୍ଷ୍ୟ ରହିଛି ।

ଗତକାଲି ଭୁବନେଶ୍ୱରଠାରେ ଶିଶୁ ଯୌନ ଶୋଷଣ ଓ ନିର୍ଯାତନାକୁ ରୋକିବା ଅଭିଯାନ “‘ଶିଶୁ ଯୌନ ଶୋଷଣ ସମାପ୍ତ ପାଇଁ ସମସ୍ତ ଭାରତୀୟଙ୍କ ସହଯୋଗ ଲୋଡ଼ା” ର ଉଦ୍ଘାଟନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଓଏସସିପିସିଆରର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓ କର୍ପୋରେଟର ନବକିଶୋର ବେହେରା ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଜାତୀୟ ଅଭିଯାନ ଆରମ୍ଭ

ପଢନ୍ତୁ, ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

Related posts

ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

ENO Beuro

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ENO Beuro

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

Leave a Comment