News

ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଆଖି ବୁଜିଲା ଫତେହବୀର ସିଂହ

F

ଜନ୍ମଦିନରେ ମୃତ୍ୟୁ !

ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ପ୍ରଥମେ ଦୁନିଆକୁ ଦେଖିଥିଲା ପୁଣି ଠିକ୍ ଦୁଇ ବର୍ଷ ପରେ ସେଇ ଦିନ ସେ ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା। ପଞ୍ଜାବର ସଙ୍ଗରୁର ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ଫତେହବୀର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛି।

ଚଳିତମାସ ୬ ତାରିଖ ଘର ପାଖରେ ଖେଳୁଥିବା ବେଳେ ଫତେହବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ  ଭିତରକୁ ଖସି ପଡ଼ିଥିଲା। ବୋରଓ୍ୱେଲଟି ଖୋଳାଯିବା ପରେ ଏକ କପଡ଼ା ଜରିଆରେ ଘୋଡ଼ାଯାଇଥିଲା।  ଖେଳୁଥିବା ବେଳେ ଜାଣିନପାରି ଫତେହବୀର ଗାତ ଭିତରେ ଗୋଡ଼ ପକାଇ ଦେଇଥିଲା। ଘଟଣାସ୍ଥଳରେ ଫତେହବୀରର ମାଆ ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ଉଦ୍ଧାର କରି ପାରିନଥିଲେ। ଏହା ପରେ ଏନଡିଆରଏଫ ଟିମ୍  ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବୋରଓ୍ୱେଲ ଭିତରେ ଅମ୍ଳଜାନ ବଢ଼ାଇ ଦିଆଯିବା ସହିତ ଖାଦ୍ୟ ପଠାଉଥିଲେ ଉଦ୍ଧାରକାରୀ ଟିମ୍। ଜେସିବି ମେସିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ବୋରଓ୍ୱେଲ ପାଖ ସ୍ଥାନରେ ଖୋଳା ହୋଇ ଫତେହବୀର ପାଖରେ ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍। ପୁଲିସର ମିଳିତ ନନଷ୍ଟପ ଅପରେଶନ ପରେ ୧୫୦ ଫୁଟ ବୋରଓ୍ୱେଲ ଗାତରୁ ଫତେହବୀର ସିଂହ ଉଦ୍ଧାର ହୋଇଥିଲେ ମଧ୍ୟ ମୃତ୍ୟୁର ମୁହଁରୁ ବର୍ତ୍ତି ପାରିନାହିଁ। ଉଦ୍ଧାର ପରେ ଭାଟିଣ୍ଡା ହସ୍ପିଟାଲରେ ଏହି ୨ ବର୍ଷର ଛୋଟ ଛୁଆ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ଘଟିଛି।

ପଢନ୍ତୁ: ଇମ୍ରାନଙ୍କ ଅନୁମତି: ପାକିସ୍ତାନ ବାୟୁସୀମା ଦେଇ ବିସ୍କେକ୍‌ ଯିବେ ମୋଦି

Related posts

ମୌସୁମୀ ଅପେକ୍ଷା ବଢିଲା, ୯ ରୁ ୧୧ ତାରିଖ ଭିତରେ ଆସିବ ମୌସୁମୀ

ENO Beuro

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Ratnamani Moharana

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ENO Beuro

Leave a Comment