Featured

ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି, ଦୁଇ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ

ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି, ଦୁଇ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ

ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି । ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ମହୋତ୍ସବରେ ୪,୫୦୦ ଛାତ୍ରଛାତ୍ରୀ ଯୋଗଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହରେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଥର ପାଇଁ ନିଜର ମନ କଥା କହି ପିଲାମାନଙ୍କୁ ସମ୍ବର୍ଦ୍ଧନା ଦେବେ ।

ଛାତ୍ରଛାତ୍ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ କ’ଣ ସ୍ୱପ୍ନ ଦେଖୁଛନ୍ତି, ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାରଙ୍କ ଯୋଜନା କ’ଣ ରହିଛି, ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି କେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ ୪,୫୦୦ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଉଦ୍‌ବୋଧନ ଦେବେ। ଆଉ ଟେଲିଭିଜନ, ରେଡିଓ ସମେତ ସୋସିଆଲ୍‌ ମିଡିଆ ମାଧ୍ୟମରେ ତାହା ରାଜ୍ୟର ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ୧୦ ଲକ୍ଷରୁ ଅଧିକ ଅଭିଭାବକ, ୬୪ ହଜାର ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ମନର କଥା।

ଦୁଇ ଘଣ୍ଟା ଧରି ଏହି ଉତ୍ସବ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଅଧଘଣ୍ଟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ପୂର୍ବାହ୍ଣ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ଉତ୍ସବକୁ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୧୩ ମିନିଟ୍‌ ଧରି ନୃତ୍ୟ ଏବଂ ସଙ୍ଗୀତ ପରିବେଷିତ ହେବ। ଏହାପରେ ପୂର୍ବାହ୍ଣ ୧୧ଟା ୩୫ରେ ୧୦ ମିନିଟ୍‌ ଧରି ମୁଖ୍ୟମନ୍ତ୍ରୀ ନିଜର ମନର କଥା କହିବେ। ମଧ୍ୟାହ୍ନ ୧୨ଟାରେ ଟେଲିଭିଜନରେ ପ୍ରସାରଣ ବନ୍ଦ କରାଯିବ। ମଧ୍ୟାହ୍ନ ୧୨ଟା ୧୩ରେ ମୁଖ୍ୟମନ୍ତ୍ରୀ ଉତ୍ସବସ୍ଥଳ ଛାଡ଼ିବେ। ଏହାର ୧୭ ମିନିଟ୍‌ ପରେ ଉତ୍ସବ ଉଦ୍‌ଯାପିତ ହେବ।

ସେହିଭଳି ୧୭ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ପିଲାମାନଙ୍କୁ ମନେ ପକାଇବା ପଛରେ କିଛି ଉଦେଶ୍ୟ ରହିଛି ବୋଲି ଭାରତୀୟ ଜନତା ପାର୍ଟିର ଉପ-ସଭାପତି ସମୀର ମହାନ୍ତି କହିଛନ୍ତି । ସରକାର ଏହି କାର୍ଯ୍ୟକ୍ରମ ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ କରି ଶିଶୁ ପ୍ରେମର ମିଛ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବର୍ଷକୁ ୧୨୦ ଦିନ ଶିକ୍ଷକ ରାଜରାସ୍ତାରେ ଆସି ଆନ୍ଦୋଳନ କରୁଛନ୍ତି । ୭ ପ୍ରତିଶତ ସରକାରୀ ସ୍କୁଲରେ କେବଳ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୬୬ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ, ବିଜୁଳି ନଥିବା ବେଳେ କମ୍ପ୍ୟୁଟର ଶିକ୍ଷା, କାଗଜ-କଲମରେ ରହିଯାଇଛି ।

ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି, ଦୁଇ ଘଣ୍ଟା ଧରି ଚାଲିବ କାର୍ଜ୍ୟକ୍ରମ

Related posts

ଅଫିସ ଯାଉଛନ୍ତି କି? ଯାଣନ୍ତୁ କେଉଁ ସବୁ ଖାଦ୍ୟ ସକାଳ ଜଳଖିଆ ରେ ନେବା ଉଚିତ ନୁହେଁ

ENO Beuro

ପ୍ରେମରେ ସତର୍କ ହେବା ଉଚିତ,ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ENO Beuro

2 comments

Leave a Comment