Featured

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ । ଆଜିର ଏହି ପବିତ୍ର ଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଇଆସୁଛି ।

ଜବାହରଲାଲ ନେହେରୁ ଶିଶୁମାନଙ୍କ ଅତିପ୍ରିୟ ଥିଲେ । ସେମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିଲେ । ନିଜ ବ୍ୟସ୍ତ ଜୀବନରୁ କିଛି ସମୟ କାଢି ସେ ପିଲାମାନଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ । ପିଲାମାନଙ୍କ ଗହଣରେ ସେ ଚାଚା ନେହେରୁ ଭାବେ ପରିଚିତ । ସ୍ୱାଧୀନତା ପାଇଁ ଲଢେଇ କରୁଥିବା ମୁଖ୍ୟମାନଙ୍କ ମଧ୍ୟରୁ ସେ ଜଣେ । ଜଣେ ବିଚକ୍ଷଣ  ଓ ଶାନ୍ତିକାମୀ ରାଷ୍ଟ୍ର ନାୟକ ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରି ଯାଇଛନ୍ତି ।

୧୮୮୯ ନଭେମ୍ବର ୧୪ରେ ଇଲାହାବାଦରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୁପରାଣୀ ନେହେରୁ । ଜବାହରଲାଲଙ୍କୁ ଆଧୁନିକ ଭାରତର ନିର୍ମାତା କୁହାଯାଏ । ଚାକଚକ୍ୟ, ବିଳାସବ୍ୟସନ ଓ ସୁଖ ସମୃଦ୍ଧି ମଧ୍ୟରେ ନେହରୁ ବାଲ୍ୟ ଜୀବନ ବିତିଥିଲା । ଲଣ୍ଡନର ହାରୋ ବିଦ୍ୟାଳୟ ଓ କ୍ୟାମ୍ରିଜର ଟ୍ରିନିଟି ମହାବିଦ୍ୟାଳୟ ସମେତ ଲଣ୍ଡନରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ ନେହେରୁ । ଆଇନକୁ ପେଷା ଭାବେ ଗ୍ରହଣ କରିଥିଲେ । ପରେ ମହାତ୍ମାଗାନ୍ଧୀଙ୍କ ସହିତ ମିଶି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ପଢନ୍ତୁ, ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

Related posts

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

ଆସନ୍ତୁ ଜାଣିବା, ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର କାରଣ ଓ ଉପଚାର ସଂପର୍କରେ କିଛି ତଥ୍ୟ

ENO Beuro

Ratha Yatra, The Grand Festival Is Held On Asadha Sukla Dwitiya

ENO Beuro

1 comment

Leave a Comment