News

ମଝି ଚିଲିକାରେ ଅଟକିଲା ଡଙ୍ଗା,ବର୍ତ୍ତିଲେ ୬୦ ଯାତ୍ରୀ

By ENO Beuro

July 11, 2018

ମଝି ଚିଲିକାରେ ପୁଣି ଅଟକିଲା ଡଙ୍ଗା । ସାତପଡା ଯାଉଥିବାବେଳେ ଡଙ୍ଗାଟି ଚିଲିକାରେ ଅଟକି ଯାଇଥିଲା। ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ୫୦ ରୁ ୬୦ ଜଣ ଯାତ୍ରୀ ଅଛନ୍ତି । ଏଥି ସହ ୧୫ଟି ବାଇକ୍ ମଧ୍ୟ ରହିଛି।

ମିଳିଥିବା ଖବର ଅନୁଯାୟୀ,ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜହ୍ନିକୁଦା ଘାଟିରୁ ୫୦ ରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ ବାହାରିଥିଲା। ତେବେ ଡଙ୍ଗାଟି ବାହାରିବାର ୧୫ ମିନଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଚିଲିକା ମଝିରେ ଚାଳକ ଡଙ୍ଗାକୁ ମରାମତି କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବ ନହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ସମୟରେ ଆସୁଥିବା ଆଉଏକ ଡଙ୍ଗା ଦ୍ୱାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ,ଜୁନ୍‌ ୧୦ ତାରିଖରେ ଚିଲିକାରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା। ବାଳବୈଶାଖୀ ଯୋଗୁ ଡଙ୍ଗା କାଳିଜାଈ ଗଣ୍ଡରେ ବୁଡ଼ି ଯାଇଥିଲା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଡଙ୍ଗା ଚାଳକ ମଧ୍ୟ ଗିରଫ ହୋଇଛି।

ପଢନ୍ତୁ;ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ