POLITICALS

ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରୋକଠୋକ ମନାକଲା ଚୀନ

Pak 680x430

ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଲୋକଙ୍କ ଚାପ ଏତେ ବଢିଯାଇଛି ଯେ ଇମ୍ରାନ ସରକାର  ଭାରତ ବିରୋଧରେ କେଉଁ ପଦକ୍ଷେପ ନେବେ ତାହା ଜାଣିପାରୁନାହାନ୍ତି । ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆବେଦନକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରିଦେବାପରେ ପାକିସ୍ତାନ ଏବେ ଏକୁଟିଆ ହୋଇଯାଇଛି। ଚୀନ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶ ଭାରତର ଏହି ପଦକ୍ଷେପ ବିରୋଧରେ ପଦଟିଏ ମଧ୍ୟ କହିନାହାନ୍ତି । ସବୁଆଡୁ ନିରାଶ ହେବା ପରେ ପାକିସ୍ତାନ ଏବେ ନିଜର ଘନିଷ୍ଠ ସହଯୋଗୀ ଚୀନ ପାଖକୁ ଯାଇଛି ।

ଆଜି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ  ବେଜିଂ ଗସ୍ତରେ ଯାଇ ଚୀନ ନେତୃବୃନ୍ଦଙ୍କୁ ଭେଟିଛନ୍ତି । ଭାରତର ପଦକ୍ଷେପକୁ ବେଆଇନ ଓ ଏକପାଖିଆ ବୋଲି ଦର୍ଶାଇ କ୍ୟୁରେସୀ ଚୀନର ସମର୍ଥନ ଲୋଡିଛନ୍ତି । ତେବେ ଚୀନ ମଧ୍ୟ ଅନୁରୂପ ଭାବେ ପାକିସ୍ତାନର ଅନୁରୋଧକୁ ରୋକଠୋକ ମନା କରିଦେଇଛି। ଚୀନ କହିଛି ଯେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରନ୍ତୁ ଓ ଶାନ୍ତି ରକ୍ଷା କରନ୍ତୁ । ତେବେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଦେଇଛି । ଭାରତର ନାଁ ନନେଇ ଚୀନ କହିଛି ଯେ ଉଭୟ ପକ୍ଷ ସ୍ଥିତାବସ୍ଥା ବଜାୟ ରଖନ୍ତୁ ଓ ସୀମାରେ ଉତ୍ତେଜନା ବଢାଇବାରୁ ବିରତ ରୁହନ୍ତୁ । ଏହା ପୂର୍ବରୁ ଗତ ୬ ତାରିଖରେ ଚୀନ କହିଥିଲା ଯେ ଲଦାଖ କେନ୍ଦ୍ର ଶାସିତ ଅଂଚଳ  ଗଠନକୁ ବିରୋଧ କରିଥିଲା ।
ପଢନ୍ତୁ: ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

Related posts

ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

Ratnamani Moharana

ବିଜେପିକୁ ଥରେ ସୁଯୋଗ ଦିଅ : ଅମିତ ଶାହ

ENO Beuro

କାଶ୍ମୀରରେ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆମେରିକାର ବୟାନ୍

Ratnamani Moharana

Leave a Comment