EnewsOdia.Com

୧୭ଶହ ଡେଇଁଲାଣି କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ ଅସମ୍ଭାଳ ହେଲାଣି ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୧୭ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୫୮ ହଜାରରୁ ଅଧିକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମେଡିକାଲରୁ ୬ ହଜାର ୬୩୯ ଜଣ ଡିସ୍‌ଚାର୍ଜ ହୋଇଛନ୍ତି ।  ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୧ହଜାର ୯୩୩ଟି ନୂତନ ରୋଗୀଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ସେହିଭଳି ସମଗ୍ର ଚୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର।

ସେପଟେ ଜାପାନର ୟୋକୋହାମା ବନ୍ଦର ନିକଟରେ ଡେରା ପକାଇଥିବା କ୍ରୁଜ ସିପ୍ ରୁ ୨୨୦୦ ଜଣଙ୍କୁ ସେଠାରୁ ଛଡ଼ାଯାଇଛି । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଚୀନରୁ ଫେରିଥିବା ୪୦୬ ଜଣ ଭାରତୀୟଙ୍କୁ ଆଇଟିବିପି କ୍ଯାମ୍ପରେ ରଖାଯାଇଥିଲା । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ନମିଳିବା ପରେ ଆଜି ଠାରୁ ପର୍ଯ୍ୟାୟକ୍ରମେ ଘରକୁ ଛଡ଼ାଯିବ ।

ପଢନ୍ତୁ: ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

ସମ୍ବନ୍ଧିତ ଖବର

ଓଡ଼ିଆ ଯୁବକଙ୍କୁ ବାହା ହେବେ ଅଭିନେତ୍ରୀ ଝିଲିକ୍‌, ନାଁକୁ ନେଇ ସସ୍‌ପେନ୍ସ

Ratnamani Maharana

ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

Ratnamani Maharana

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଘନ କୁହୁଡ଼ି ସହ ଥରାଉଛି ଶୀତ

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana