EnewsOdia.Com

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

କରୋନାଭାଇରସ୍‌ ପ୍ରପୀଡ଼ିତ ଉହାନ୍‌ରେ ଥିବା ପ୍ରାୟ ୧୦୦ ଭାରତୀୟ ନାଗରିକଙ୍କୁ ଆଣିବାକୁ ବାହାରିଥିବା ବିମାନକୁ କ୍ଲିଅରାନ୍‌ସ୍‌ ଦେବାରେ ଚୀନ୍‌ ଜାଣିଶୁଣି ବିଳମ୍ବ କରୁଛି। ଏହି ବିମାନରେ ଭାରତ ଚୀନ୍‌କୁ ଡାକ୍ତରୀ ଓ ରିଲିଫ୍‌ ସାମଗ୍ରୀ ପଠାଉଥିବା ଜଣାପଡ଼ିଛି। ଏକ ବିଶେଷସୂତ୍ରରୁ ଏ ଖବର ମିଳିଛି। ଫେବ୍ରୁଆରି ୨୧ ତାରିଖ ଦିନ ଭାରତୀୟ ସାମରିକ ପଣ୍ୟବାହୀ ବିମାନ ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ହୁବେଇ ପ୍ରଦେଶର ରାଜଧାନୀ ଉହାନ୍‌କୁ ଯାଇଥାଆନ୍ତା। କିନ୍ତୁ, ଚୀନ୍‌ କର୍ତ୍ତୃପକ୍ଷ କ୍ଲିୟରାନ୍‌ସ୍‌ ନ ଦେବାରୁ ତାହା ଯାଇ ପାରିଲା ନାହିଁ।

ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି ଭାରତ ପକ୍ଷରୁ ରିଲିଫ୍ ସାମଗ୍ରୀକୁ ମଧ୍ୟ ଗ୍ରହଣ କରୁନାହିଁ ଚୀନ୍। ସରକାର ଚୀନ୍‌ରେ କରୋନା କାୟା ବିସ୍ତାର କରି କାଳ ସାଜିଥିବା ବେଳେ ୨ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭୦ ହଜାରରୁ ଅଧିକ ଲୋକ ଏବେ ବି ଆକ୍ରାନ୍ତ ଅଛନ୍ତି । ଏସବୁ ମଧ୍ୟରେ ଭାରତର ସହଯୋଗକୁ ଚୀନ୍ ଅଗ୍ରାହ୍ୟ କରି ଦେଇଛି।ସୂଚନାଥାଉ କି, ଏହା ପୂର୍ବରୁ ଫେବ୍ରୁଆରୀ ଏୟାର ଇଣ୍ଡିଆର ଦୁଇ ବିଶେଷ ବିମାନ ବୁହାନ ଯାଇଥିଲା ଏବଂ ସେଠାରେ ଫସି ରହିଥିବା ୬୪୭ ଜଣଙ୍କୁ ଉଦ୍ଧାର କରି ଆଣିଥିଲା। ଏମାନଙ୍କ ମଧ୍ୟରେ ୭ ଜଣ ମାଲଦୀପ ନାଗରିକ ମଧ୍ୟ ଥିଲେ।

ପଢନ୍ତୁ: ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

ସମ୍ବନ୍ଧିତ ଖବର

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

Ratnamani Maharana

ରାଜ୍ୟରେ ବଢିବ ବର୍ଷା, ତିନି ଦିନ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Ratnamani Maharana

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

Ratnamani Maharana

ଆସନ୍ତା ୨୨ ତାରିଖ ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’

Ratnamani Maharana

ଏବେ କରୋନା ଭାଇରସରୁ ରକ୍ଷା କରିବ Be A Batman ସୁଟ୍‌

Ratnamani Maharana

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana