EnewsOdia.Com

୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍

କରୋନା ପାଇଁ ଚୀନକୁ କୋକୁଆ ଭୟ।  କେବଳ ଚୀନ୍ ନୁହେଁ ଏହି ପ୍ରାଣଘାତୀ ଭାଇରସ ପୂରା ବିଶ୍ୱରେ ଆତଙ୍କ ଖେଳାଇଛି । ଏହି ଭାଇରସ ଏବେ ୧୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ କେବଳ ଚୀନରେ ମୃତାହତଙ୍କ ସଂଖ୍ୟା ୧୭୫୦ରୁ ଅଧିକ । କରୋନା ଭାଇରସରେ ମଣିଷ ସଂକ୍ରମିତ ହେବା ସହ ଚୀନର ଅର୍ଥବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଉ ଏଭଳିସ୍ଥଳେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ହଜାର ହଜାର କୋଟି ଟଙ୍କା ଚୀନ୍ ନଷ୍ଟ କରିବାକୁ ଯାଉଛି । କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ନୋଟ ଗୁଡିକୁ ନଷ୍ଟ କରିବାକୁ ଚୀନ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏଥିପାଇଁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଚୀନର ସେଣ୍ଟ୍ରାଲ ବ୍ୟାଙ୍କର କହିବା ଅନୁଯାୟୀ, ବଜାରରୁ ଆସିଥିବା ନୋଟ ଗୁଡିକୁ ଖୁବଶୀଘ୍ର ନଷ୍ଟ କରାଯିବ । ଖାସକରି ହସ୍ପିଟାଲ, ବଜାର ଓ ବସରୁ ଅଣାଯାଇଥିବା ନୋଟ ଗୁଡିକୁ ନଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଛି ବ୍ୟାଙ୍କ୍ । ସେହିଭଳି ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା ମଧ୍ୟ ସମସ୍ତ କାଗଜ ନୋଟକୁ ନଷ୍ଟ କରିବାକୁ ଆଦେଶ ଦେଇଛି ।

ତେବେ ଚୀନ୍ ସେଣ୍ଟ୍ରାଲ ବ୍ୟାଙ୍କ୍ କେତେ ଟଙ୍କା ନଷ୍ଟ କରିବାକୁ ନିଷ୍ପତି ନେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆହୁରି ମଧ୍ୟ କହିଛନ୍ତିକି , ପୂର୍ବରୁ ବଜାରରେ ଥିବା କାଗଜ ଟଙ୍କାକୁ ପ୍ରଥମେ ନଷ୍ଟ କରିବାକୁ ପଡିବ । ଏହାବାଦ୍ ଜାନୁଆରୀ ପରେ ବଜାରକୁ ଛଡାଯାଇଥିବା ନୋଟକୁ କ୍ୱାରଣ୍ଟିନ କରାଯିବ । ଏଥିପାଇଁ ନୋଟକୁ ଅଲଟ୍ରାଭାୟଲେଟ କିରଣରେ ସଫା କରାଯିବ । ଏହି ନୋଟ ଗୁଡିକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରଣ୍ଟିନ କରାଯିବା ପରେ ପୁଣିଥରେ ବଜାରକୁ ଛଡାଯିବ ।

ପଢନ୍ତୁ: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

ସମ୍ବନ୍ଧିତ ଖବର

ଫୋନ୍ ପେ ପେମେଣ୍ଟ ଆପ୍ ବନ୍ଦ, ୟେସ ବ୍ୟାଙ୍କ ସହ ଥିଲା ସଂଯୋଗ

Ratnamani Maharana

ରଙ୍ଗ୍‌ ରୁଟ୍‌ ଗାଡି ଚାଳନା ପଡ଼ିଲା ମହଙ୍ଗା

Ratnamani Maharana

ବଢିଛି ଚିଲିକାରେ ପକ୍ଷୀ ସଂଖ୍ୟା

Ratnamani Maharana

ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲା ମା’, ଅସ୍ତ୍ରୋପଚାର ଶେଷ ହେବାପର୍ଯ୍ୟନ୍ତ ମା’କୁ ଜାବୁଡ଼ି ଧରିଥିଲା ଛୁଆ କୋଆଲା

Ratnamani Maharana

‘କରୋନା’ ରାଜ୍ୟ ବିପର୍ଯ୍ୟୟ ଘୋଷଣା, ମୁକାବିଲା ପାଇଁ ୨୦୦କୋଟି

Ratnamani Maharana

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

Ratnamani Maharana