News

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ଭାରତର କାଶ୍ମୀର ଓ ଅରୁଣାଞ୍ଚଳ ଉପରେ ଚୀନ ନଜର ପକେଇ ବସିଛି ବୋଲି ଆମେ ସମସ୍ତେ ଜାଣିଛେ । ତିବ୍ବତରେ ଚୀନ କେମିତି କବ୍ଜା କରିଛି ତାହା ସମସ୍ତଙ୍କୁ ଜଣା ଅଛି । ପାକିସ୍ତାନକୁ ମଧ୍ୟ ସେ ଭାରତ ବିପକ୍ଷରେ ସାହାଯ୍ୟ କରୁଛି । କିନ୍ତୁ ଏବେ ସବୁଠାରୁ ବଡ ଚିନ୍ତାର ବିଷୟ ବ୍ରହ୍ମପୁତ୍ର ନଦୀକୁ ନେଇ ଯାହା ବିଷୟରେ ଭାରତ ବେଜିଂ ସହିତ ଆଲୋଚନା କରିସାରିଛି ।

ଚୀନ ବ୍ରହ୍ମପୁତ୍ର ନଦୀରେ ଅନେକ ଗୁଡିଏ ବନ୍ଧ ବନେଇ ସାରିଛି , ହେଲେ ଏବେ ସେ ନଦୀର ଗତିପଥ କୁ ମୋଡିବାକୁ ଯାଉଛି । ଯେଉଁଥି ପାଇଁ ସେ ୧୦୦୦ କିଲୋମିଟର ବିଶିଷ୍ଟ ସୁଢଙ୍ଗ ବନେଇବାକୁ ଯାଉଛି । ଏହି ସୁଢଙ୍ଗ କାର୍ଯ୍ୟ ସରିବା ପରେ ଚୀନରେ ଥିବା ଏକ ମରୁଭୁମି କୁ ବହୁତ ସୁଫଳ ମିଳିବ ,କିନ୍ତୁ ଭାରତର କିଛି ଅଂଶରେ ଜଳାଭାବ ଦେଖାଦେବ ଯେଉଁଠାରେ ଏବେ ବ୍ରହ୍ମପୁତ୍ର ନଦୀ ପାଇଁ ହିଁ ଜଳ ମିଳୁଛି ।

ହଂକଂର ଏକ ଖବରକାଗଜ ଏକ ଖବରରେ ଉଲ୍ଲେଖ ଅଛି ଯେ ଚୀନର ଏପରି ନିସ୍ପତି ଦ୍ଵାରା ସିଂଜିୟାଙ୍ଗ ଅଂଶଟି କଲିଫର୍ନିଆରେ ବଦଳି ଯିବ । ଚୀନର ଏହି ବିକାଶ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ୱାରା ହିମାଳୟରେ ମଧ୍ୟ ସମସ୍ୟା ଉପୁଜି ପରେ ।ପ୍ରକୃତି ସହିତ ଏପରି ଖେଳିଲେ ତାର କୁପ୍ରଭାବ ହିମାଳୟ ଉପରେ ପଡିବ ବୋଲି କିଛି ଲୋକଙ୍କ ମତ ।

୧୦୦ରୁ ଅଧିକ ବୈଜ୍ଞାନିକ ଚୀନରେ ଏହି କାମରେ ଲାଗିଛନ୍ତି । ଚୀନ ବହୁ ସମୟରୁ ଭାରତ ଓ ବାଂଲାଦେଶକୁ ସାନ୍ତ୍ଵନା ଦେଇଆସୁଛି ଯେ ଏହି ଯୋଜନା ଦ୍ଵାରା ଅନ୍ୟ ଦେଶଗୁଡିକୁ କିଛି ଫରକ ପଡିବନି କିନ୍ତୁ ଏହି ଯୋଜନାର ଭଯାବହ ପ୍ରଭାବ କଥା ଏହି କଥାରୁ ଅନୁମାନ ଲାଗାଯାଇପାରେ ଯେ ସେ ନଦୀ ମଧ୍ୟରେ ଏକ ଦ୍ଵୀପ ମଧ୍ୟ ବନେଇବାକୁ ଚାହୁଁଛି , ଯେଉଁଠି ଅନେକ ପ୍ରକାର ପରୀକ୍ଷଣ ନିରୀକ୍ଷଣ ହେବ  ।

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ   ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ପଢନ୍ତୁ, ଏକ ନୂଆ ଶୀର୍ଷକ, ନୂଆ କାହାଣୀ ତଥା ନୂଆ ମୁହଁକୁ ନେଇ ପ୍ରସ୍ତୁତ କରାଯାଉଛି ଆଗାମୀ ଚଳଚିତ୍ର

Related posts

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

କେଉଁ ସାମଗ୍ରୀ ଉପରୁ ଜିଏସଟି କେତେ ହ୍ରାସ ପାଇଛି , ଆସନ୍ତୁ ଜାଣିବା

Krishna Kumar Manoj

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More