ଚୀନରେ କରୋନାଭାଇରସ୍କୁ ଅଟକାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। କରୋନାଭାଇରସ୍ରେ ଏଯାବତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦, ୧୭୧ଜଣ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହିତ ୧୮୭, ୫୧୮ଲୋକ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କରୋନାଭାଇରସ୍ ପୀଡ଼ିତଙ୍କ ପ୍ରତି ଚୀନର ସରକାରୀ ଅଧିକାରୀ ଅବହେଳା କରୁଥିବା ନଜର ଆସୁଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କରୋନାଭାଇରସ୍ ପୀଡିତଙ୍କୁ ଏକ ବାକ୍ସରେ ବନ୍ଦ କରି ଟ୍ରକ୍ରେ ରଖା ଯାଉଥିବା ଦେଖିବାକୁ ମିଳିଛି। ବାକ୍ସରେ ବନ୍ଦ ହେବା ପରେ ମହିଳାଙ୍କ ଚିତ୍କାର ଶବ୍ଦ ଶୁଣିବାକୁ ମିଳୁଛି। ମହିଳାଙ୍କ ସାଥୀ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବାକ୍ସ ଭିତରେ ବନ୍ଦ ଥିବା ମହିଳାଙ୍କ କାନ୍ଦ ସ୍ୱର ଶୁଣିବାକୁ ମିଳୁଛି। ଚୀନ ସରକାର କରୋନା ପୀଡ଼ିତଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖୁଛନ୍ତି। କାରଣ ଏହି ଭାଇରସ୍ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମଣ ନହେଉ।ତେବେ ଚୀନ୍ ଅଧିକାରୀଙ୍କ ଏଭଳି କାମକୁ ସମସ୍ତେ ନିନ୍ଦା କରିବା ସହ ପ୍ରତିବାଦ କରୁଛନ୍ତି । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଚୀନ୍ ନିଜ ଦୋଷ ଲୁଚାଇବା ପାଇଁ ଏଭଳି କାମ କରୁଥିବା କହିଛନ୍ତି। ଚୀନ୍ ପ୍ରଶାସନ ଭାଇରସ୍ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଉହାନ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି।
ପଢନ୍ତୁ: ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା