News

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ଅରୁଣାଞ୍ଚଳ ଗ୍ରସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବନାହିଁ : ଚୀନ

By Krishna Kumar Manoj

November 07, 2017

ଭାରତ ଏବଂ ଚୀନ୍ ମଧ୍ୟରେ ୩,୪୮୮ କିମି ପରିବ୍ୟାପ୍ତ ବାସ୍ତବ ନିୟନ୍ତ୍ରଣ ରେଖାକୁ ନେଇ ସୀମା ବିବାଦ ରହିଥିବା ବେଳେ ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ସ୍ୱତନ୍ତ୍ର ଅଧିକାରୀଙ୍କ ଦ୍ୱାରା ୧୯ ଥର ଆଲୋଚନା ହୋଇସାରିଛି ।ଏଭଳି ପରିସ୍ଥିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅରୁଣାଚଳ ପ୍ରଦେଶ ଗସ୍ତରେ ଚୀନ୍ ଖୁବ୍ ବିବ୍ରତ ହୋଇପଡ଼ିଥିବା ଜଣାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପ୍ରଥମ ଥର ପାଇଁ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ , ଯେଉଁଥିରେ ଉତକ୍ଷିପ୍ତ ହୋଇ ଚୀନ ଅରୁଣାଚଳପ୍ରଦେଶକୁ ପୁଣି ବିବାଦୀୟ ଅଞ୍ଚଳ ବୋଲି ଦୋହରାଇବା ସହ ସେଠିକି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ଆଦୌ ସହାୟକ ହେବନି ବୋଲି କହିଛି ।

ନିର୍ମଳା ସୀତାରମଣ ଚୀନର ସୀମାକୁ ଲାଗିରହିଥିବା ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଜୌ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ସେନା ଘାଟି ସ୍ଥାନ ବୁଲି ପ୍ରତିରକ୍ଷା ଏବଂ ସାମରିକ ପ୍ରସ୍ତୁତି ଅନୁଧ୍ୟାନ କରିବା ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେନାବାହିନୀ କିପରି ପ୍ରସ୍ତୁତ ରହିଛନ୍ତି, ତାହା ପରୀକ୍ଷଣ କରିଥିଲେ । ଚୀନ୍-ଭାରତ ସୀମାର ପୂର୍ବ ଭାଗରେ ବିବାଦ ରହିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନିର୍ମଳାଙ୍କ ଗସ୍ତକୁ ବିରୋଧ କରି ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନିଂ ଏପରି ବୟାନ ରଖିଛନ୍ତି ।

ଚୀନ୍ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ଭାବେ ଦାବି କରୁଛି ଏବଂ ବାରମ୍ବାର ଏଠାକୁ ଭାରତର ବରିଷ୍ଠ ଅଧିକାରୀମାନଙ୍କ ଗସ୍ତକୁ ନେଇ ଲଗାତାର ଅସନ୍ତୋଷ ପ୍ରକାଶ କରୁଛି ।

ପଢନ୍ତୁ, ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ