ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ଚାଇନା ଓପନ ସିରିଜ ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ଗତ ସପ୍ତାହରେ ନ୍ୟାସନାଲ ବ୍ୟାଡମିଣ୍ଟନରେ ଚମ୍ପିୟାନ ହେଇଥିବା ସାଇନା ନେହବାଲ ଓ ଏଚଏସ ପ୍ରଣୟଙ୍କୁ ଝଟକା ଲାଗିଛି । ଚାଇନା ଓପନ ସିରିଜ ପ୍ରିମିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ପାଳିରେ ହିଁ ଉଭୟଙ୍କ ଯାତ୍ରା ଶେଷ ହୋଇଛି ।

ବିଶ୍ଵର କ୍ରମ ୧୧ ସାଇନାଙ୍କୁ ବିଶ୍ଵର ୪ର୍ଥ କ୍ରମ ଅକାନେ ୟାମାଗୁଚି ୨୧-୧୮ , ୨୧-୧୧ ରେ ହରେଇଛନ୍ତି । ସେମିତି ପୁରୁଷଙ୍କ ଖେଳରେ ୧୧ କ୍ରମାଯୁକ୍ତ ପ୍ରଣୟଙ୍କୁ ୫୩ କ୍ରମାଯୁକ୍ତ ହଂକଂର ଲି ଚ୍ୟୁକ ୟୁ ୨୧-୧୯, ୨୧-୧୭ ରେ ହରେଇଥିଲେ ।

ଏବେ ଭାରତର ଆଶା ପିଭି ସିନ୍ଧୁଙ୍କ ଉପରେ ରହିଛି । ବିଶ୍ଵ କ୍ରମରେ ୨ୟ ସ୍ଥାନରେ ଥିବା ସିନ୍ଧୁ ଦ୍ଵିତୀୟ ପାରିରେ ଚୀନର ୟୁଏ ହାନଙ୍କ ବିରୁଦ୍ଧରେ ଖେଳିବେ । ସିନ୍ଧୁ ପ୍ରଥମ ପାରିରେ ୧୩ କ୍ରମଯୁକ୍ତ ଜାପାନୀ ଖେଳାଳି ସାୟାକା ସାଟୋଙ୍କୁ ୫୯ ମିନିଟରେ ୨୪-୨୨,୨୩-୨୧ରେ ହରାଇଥିଲେ ।

ସାଇନାଙ୍କୁ ପ୍ରଥମ ପାରିରେ ବିଜୟ ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ନଥିଲା । ସେ ଆମେରିକାର ବିେଓ୍ଵନ୍‌ ଝାଙ୍ଗ୍‌ଙ୍କୁ ମାତ୍ର ୩୦ ମିନିଟରେ ୨୧-୧୨,୨୧-୧୩ ରେ ହରେଇ ଥିଲେ । ଅନ୍ୟପଟେ ପ୍ରଣୟ କୋରିଆର ଲି ଡୋଙ୍ଗ କ୍ୟୁନଙ୍କୁ ୧୮-୨୧,୨୧-୧୬ ଓ ୨୧-୧୯ ରେ ହରେଇଥିଲେ ।

ଚାଇନା ଓପନ୍‌ରେ ଭାରତର ସମସ୍ତ ଆଶା ଏବେ ପିଭି ସିନ୍ଧୁଙ୍କ ଉପରେ

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More