News

ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚୀନର ନୂଆ ଚାଲ୍

By ENO Beuro

September 08, 2018

ନେପାଳକୁ ନିଜର ବେପାର ବାଣିଜ୍ୟ ପାଇଁ ଚାରୋଟି ବନ୍ଦର ଏବଂ ଲ୍ୟାଣ୍ଡପୋର୍ଟ୍ ଉପଯୋଗ କରିବା ପାଇଁ ଅନୁମତି ପ୍ରଦାନ କରିଛି ଚୀନ। ନେପାଳ ବୈଦେଶିକ ମନ୍ତ୍ରାଳୟ ଦେଶ ବର୍ତମାନ ଚୀନର ଶେନଜେନ୍, ଲିୟାନୟୁନମାଂଗ, ଇଂଜିୟାଙ୍ଗ ଏବଂ ତିୟାଜିନ ବନ୍ଦର ବ୍ୟବହାର କରିବ ବୋଲି ସୂଚନା ଦେଇଛି । ନେପାଳଠାରୁ ଏହି ବନ୍ଦରଗୁଡିକର ଦୂରତା ପ୍ରାୟ ୩,୩୦୦ କିମି

ଏହା ବ୍ୟତୀତ ନେପାଳ ଲାଂଜୁଓ, ଲାହାସା ଏବଂ ଜିଗାଟସେ ବନ୍ଦରକୁ ମଧ୍ୟ ଉପଯୋଗ କରିବ । ଏହା ନେପାଳକୁ ଅନ୍ତରାଷ୍ଟ୍ରୀୟ କାରବାର କରିବ ପାଇଁ ବିକଳ୍ପ ମାର୍ଗ ପ୍ରଦାନ କରିବ । ଚୀନର ନୂଆ ବ୍ୟବସ୍ଥା ଅନୁଯାୟୀ, ନେପାଳର ଟ୍ରକ ଏବଂ କଂଟେନର ତିବ୍ଦତର ଜିଗାଟେସ୍ ପର୍ଯ୍ୟନ୍ତ ଯାଇ ପାରିବ। ଏମିତି ହେଲେ ଭାରତ ଓ ନେପାଳ ମଧ୍ୟରେ ଦୂରତା ବଢିବା ସହ ଏହାର ଲାଭ ଉଠାଇବ ଚୀନ।

ପଢନ୍ତୁ;ଓଡ଼ିଶାର ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର