EnewsOdia.Com

ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

ଦଲାଇ ଲାମାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ଚୀନ ନିଜ କତୃତ୍ଵ ଜାହିର କରିବାକୁ ବସିଛି । ପରବର୍ତ୍ତୀ ଦଳାଇ ଲାମା ଚୟନରେ କେବଳ ଚୀନ ହିଁ ହସ୍ତ କ୍ଷେପ କରିବା ନେଇ ଚୀନ ନିଜ ତରଫରୁ ସଫେଇ ଦେଇଛି । ଚୀନର ଏହି ବୟାନ ଆମେରିକାକୁ ଏକ ପ୍ରକାର କଡା ଜବାବ ଦେଇଛି । ସୂଚନା ଅନୁଯାୟୀ ପୂର୍ବରୁ ଆମେରିକା ତରଫରୁ ଘୋଷଣା କରାଯାଇଥିଲା କି ପରବର୍ତ୍ତୀ ଦଳାଇ ଲାମା ଚୟନ କେବଳ ତିବ୍ବତ ବାସୀ ହିଁ କରିପାରିବେ । ବେଜିଙ୍ଗ ଲୋକଙ୍କର ଏଥିରେ କୌଣସି ଭୂମିକା ରହିବ ନାହିଁ । ଆମେରିକା ଡିପ୍ଲୋମାଟ ସେମ ବ୍ରାଉନ ବ୍ରେକ ଧର୍ମଶାଳା ଠାରେ ଦଲାଇ ଲାମାଙ୍କ ସହ ସାକ୍ଷାତ କରିଥିଲେ ।

ଏହି ଅବସରରେ ସେ କହିଥିଲେ କି ପରବର୍ତ୍ତୀ ଦଳାଇଲାମ ଚୟନ ପ୍ରକ୍ରିୟାରେ କେବଳ ତିବ୍ବତ ଲୋକଙ୍କର ହିଁ ଅଧିକାର ଅଛି । ଏହା ସମ୍ପୂର୍ଣ୍ଣ ରୂପେ ତିବ୍ବତ ଧର୍ମ ସମ୍ପର୍କିତ ଘଟଣା ଅଟେ । ଅନ୍ୟ ପକ୍ଷେ ୮୪ ବର୍ଷୀୟ ଦଳାଇ ଲାମାଙ୍କ ଦେହ ପ୍ରାୟ ସମୟରେ ଖରାପ ରହୁଥିବାରୁ ଜୋରସୋରରେ ତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀଙ୍କୁ ଖୋଜା ଚାଲିଛି । ୧୯୫୯ ମସିହାରେ ଚୀନ ଶାସକଙ୍କ ବିରୋଧରେ ଘୋର ବିଦ୍ରୋହ କରିବା ପରେ ହିଁ ଦଳାଇଲାମା ଏହି ଦେଶରୁ ନିର୍ବାସିତ ହୋଇଥିଲେ । ବର୍ତ୍ତମାନ କିନ୍ତୁ ସେ ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେହି ଠାରେ ଅବସ୍ଥାନ କରୁଛନ୍ତି ।

ପଢନ୍ତୁ: ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

ସମ୍ବନ୍ଧିତ ଖବର

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

Ratnamani Maharana

ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

Ratnamani Maharana

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana