News

ଭାରତୀୟ ସେନାର ସତର୍କବାଣୀ :ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ହ୍ଵାଟ୍‌ସଆପ୍‌ ୟୁଜର୍ସ

ହ୍ଵାଟ୍‌ସଆପ୍‌କୁ ସାବଧାନ

ଭାରତୀୟ ସେନାବାହିିନୀ ସୋସିଆଲ୍‌ ମିଡିଆରେ ଅଧିକ ସତର୍କ ରହିବାକୁ ଦେଶବାସୀଙ୍କୁ ସତର୍କ କରାଇ ଦେଇଛିି। ଖାସ୍‌କରି ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀ ଏବେ ଆଦୌ ସୁରକ୍ଷିତ ନାହାନ୍ତି। ଚୀନ୍‌ ହ୍ୟାକରମାନେ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ଭାରତୀୟ ବ୍ୟବହାରକାରୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖୁଛନ୍ତି ବୋଲି ଭାରତୀୟ ସେନାବାହିନୀ ଗତ ରବିବାର ଏକ ଭିଡିଓ ରିଲିଜ୍‌ କରି କହିଛି।

ହ୍ଵାଟ୍‌ସଆପ୍‌, ଫେସ୍‌ବୁକ ଭଳି ସୋସିଆଲ୍‌ ସାଇଟ୍‌ ବ୍ୟବହାର ବେଳେ ସତର୍କ ରହିବାକୁ ଯବାନଙ୍କୁ ସତର୍କ କରାଇବାର ୪ ମାସ ପରେ ଭାରତୀୟ ସେନା ଦେଶବାସୀଙ୍କ ପାଇଁ ସଦ୍ୟ ଆଲର୍ଟ ଜାରିକରିଛି। ଭାରତୀୟ ସେନାର ସରକାରୀ ଟୁଇଟର୍‌ ଆକାଉଣ୍ଟ ହ୍ୟାଣ୍ଡଲର ଆଡିସନାଲ୍‌ ଡିରେକ୍ଟର ଜେନେରାଲ୍‌ ଅଫ୍‌ ପବ୍ଲିକ୍‌ ଇଣ୍ଟର୍‌ଫେସ୍‌ (ଏଡିଜିପିଆଇ)ଙ୍କ ଟୁଇଟ୍‌ ମୁତାବକ ଡିଜିଟାଲ୍‌ ଓ୍ବାଲର୍‌ଡରେ ଚାଇନାର ପତିଆରା ଭାରିରହିଛି। ୨୦୧୭ରେ ୫୩,୦୦୦ରୁ ଅଧିକ ସାଇବର ସୁରକ୍ଷା ଉଲ୍ଲଂଘନ ଘଟଣା ସାମ୍ନାକୁ ଆସିଛି। ଲୋକଙ୍କ ଡିଜିଟାଲ୍‌ ଓ୍ବାଲର୍‌ଡକୁ ପ୍ରଭାବିତ କରିବା ଲାଗି ଚାଇନିଜ୍‌ ହ୍ୟାକର୍‌ମାନେ ସବୁ ସମ୍ଭବ ପନ୍ଥା ଆପଣାଉଛନ୍ତି। ଚାଇନା ହ୍ବାଟ୍ସ ଆପ୍‌ ଗ୍ରୁପ୍‌କୁ ଟାର୍ଗେଟ୍‌ କରି ସେମାନେ ସବୁ ତଥ୍ୟ ହ୍ୟାକ୍‌ କରି ନେଉଛନ୍ତି। ପ୍ରଥମେ ବ୍ୟବହାରକାରୀଙ୍କୁ ତାଙ୍କ ଗ୍ରୁପ୍‌ରେ ସାମିଲ କରି ଦେଉଛନ୍ତି। ବ୍ୟବହାରକାରୀ ଏ ବିଷୟରେ ଅବଗତ ହେବା ପୂର୍ବରୁ ସେମାନେ ତଥ୍ୟ ଚୋରି କରି ନେଉଛନ୍ତି। ଏଣୁ ସମସ୍ତ ହ୍ବାଟ୍ସ ଆପ୍‌ ବ୍ୟବହାରକାରୀ ନିଜ ନିଜର ଗ୍ରୁପ୍‌ର ନିୟମିତ ଅଡିଟ୍‌ କରିବା ଉଚିତ।

ସେନା ୟୁଜର୍ସଙ୍କୁ ସଜାଗ ରହିବାର ପରାମର୍ଶ ଦେବା ସହିତ ଅପିଲ କରିଛନ୍ତି ଯେ ଆପଣ ନିଜର ଗ୍ରୁପକୁ ନିୟମିତ ଯାଞ୍ଚ କରନ୍ତୁ ଯେ କେଉଁଠି +୮୬ରୁ ଆରମ୍ଭ ହେଉଥିବା ନମ୍ବର ଆପଣଙ୍କ ଗ୍ରୁପରେ ନାହିଁ ତ। ଯଦି ଆପଣ ସିମ କାର୍ଡ ଚେଞ୍ଜ କରୁଛନ୍ତି ତେବେ ତାକୁ ପୁରା ନଷ୍ଟ କରି ଦିଅନ୍ତୁ। ଏହା ମଧ୍ୟ କୁହାଯାଇଛି ଯେ ହ୍ଵାଟ୍ସଅାପ ଗ୍ରୁପରୁ ଚୋରା ଯାଇଥିବା ସୂଚନା ଚୀନ ହ୍ୟାକର୍ସ ପର୍ୟ୍ୟନ୍ତ ପହଞ୍ଚୁଛି।

ପଢନ୍ତୁ; ଆଜି ବିଶ୍ୱ ପଖାଳ ଦିବସ , ଓଡିଆଙ୍କ ପ୍ରିୟ ଖାଦ୍ୟ

Related posts

ଜିଏସଟି ଦେଲା ନୂଆ ଉପହାର ,ଘର ଦାମ ହେଲା ଶସ୍ତା

ENO Beuro

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ENO Beuro

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More