EnewsOdia.Com

ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଜିନପିଙ୍ଗ

ଦୁଇ ଦିନିଆ ଗସ୍ତ ଶେଷ କରି ଫେରିଲେ ଚୀନ ରାଷ୍ଟ୍ରପତି । ଚେନ୍ନାଇ ବିମାନ ବନ୍ଦରରେ ଚୀନ ବାୟୁସେନାର ସ୍ୱତନ୍ତ୍ର ବିମାନରେ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି ସି ଜିନପିଙ୍ଗ । ଏହି ଅବସରରେ ଜିନପିଙ୍ଗଙ୍କୁ ବିଦାୟ ଦେଇଛନ୍ତି ଭାରତୀୟ ଅଧିକାରୀ । ତାମିଲନାଡୁ ଏୟାରପୋର୍ଟରୁ ଜିନପିଙ୍ଗକ ବିମାନ କାଠମାଣ୍ଡୁ ଅଭିମୁଖେ ବାହାରିଛି । ଦୁଇ ଦିନିଆ ଗସ୍ତରେ ଆସି ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ଥର ୬ ଘଂଟାରୁ ଅଧିକ ସମୟ ଅନୌପଚାରିକ ସାକ୍ଷାତ କରିଥିଲେ ।

ଦ୍ୱିପାକ୍ଷିକ ଆଲୋଚନା ଶେଷ ହେବା ପରେ ତାଜ ଫିସରମେନ୍ କୋଭ୍ ହୋଟେଲରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ  ହସ୍ତତନ୍ତ ଓ ବୟନ ଶିଳ୍ପ ସାମଗ୍ରୀର ପ୍ରଦର୍ଶନୀକୁ ବୁଲାଇ ଦେଖାଇଥିଲେ ମୋଦି । ଏହି ପ୍ରଦର୍ଶନୀରେ ଥିଲା ଦକ୍ଷିଣ ଭାରତୀୟ ହସ୍ତତନ୍ତ ଶିଳ୍ପର ଝଲକ । ଟସରରୁ କିପରି ଭାବେ ନିର୍ମାଣ ହେଉଛି ହସ୍ତତନ୍ତର କାଂଜିମ୍ୱରମ୍ ଶାଢୀ ଓ ଅତି ଆକର୍ଷଣୀୟ ସାଲ୍ ତାହାକୁ ଜିନପିଙ୍ଗଙ୍କୁ ବୁଲାଇ ଦେଖାଇଥିଲେ ମୋଦି ।

 

ଏହି ଅବସରରେ ଶାଢୀ ଓ ସାଲ୍ ତିଆରି ହେଉଥିବା ତନ୍ତକୁ ବି ଦେଖାଇଥିଲେ ମୋଦି । ଚୀନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ତାଜ୍ ଫିସରମେନ୍ କୋଭ୍ ହୋଟେଲରେ ହସ୍ତତନ୍ତ ବୁଣାକାର ନିର୍ମାଣ କରିଥିଲେ ଏକ ସ୍ୱତନ୍ତ୍ର ସାଲ୍ ।ଯେଉଁଥିରେ ରହିଥିଲା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଛବି । ଅତିନିଖୁଣ ଭାବରେ ସିରିମୁଗାଇ ବୁଣାକାର ଏହାକୁ ସାଲରେ ସ୍ଥାନ ଦେଇଥିଲେ । ଏହାକୁ ସ୍ୱତନ୍ତ୍ର ବୁଣାଯାଇଥିଲା । ଜିନପିଙ୍ଗଙ୍କୁ ଏହି ସାଲ୍ ଦେଖାଇବା ସହିତ ଉପହାର ଦେଇଥିଲେ ମୋଦି ।

ପଢନ୍ତୁ: ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

ସମ୍ବନ୍ଧିତ ଖବର

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

Ratnamani Maharana

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

Ratnamani Maharana

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

Ratnamani Maharana

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

Ratnamani Maharana

ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟସରକାର

Ratnamani Maharana