• Home
  • Events And Parties
  • ୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ
Events And Parties

୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ

ଆଜି ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି, ଯେଉଁଥିରେ ୨୭ଟି ବିଭାଗ ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅନ୍ୟପଟେ ୫ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ ହେବ ।  

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଅନ୍ୟ ପକ୍ଷରେ ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ଚିନିପୁରସ୍କାର ଲାଗି ମନୋନୀତ ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ଅଜୟ ରଥ,ଶ୍ରେଷ୍ଠ ଅଭିନେତାଭାବେ ସମରେଶ ରାଉତରାୟ, ଶ୍ରେଷ୍ଠ ଅଭିନେତ୍ରୀଭାବେ ଲିପି(ମୀମାଂସା)ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। 

ଟେଲି ପୁରସ୍କାରରେ ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ସିନ୍ଦୁରବିନ୍ଦୁ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ।

ପୁରସ୍କାର ବିଜେତା :

ଜୟଦେବ ପୁରସ୍କାର -ପ୍ରଣବ କିଶୋର ପଟ୍ଟନାୟକ

ଶେଷ୍ଠ ଚଳଚ୍ଚିତ୍ର- ଚିନି

ଶ୍ରେଷ୍ଠ ନିର୍ଦ୍ଦେଶକ – ଅଜୟ ରଥ (ନାମର୍ଦ)

ଶ୍ରେଷ୍ଠ ଅଭିନେତା- ସମରେଶ ରାଉତରାୟ (ନାମର୍ଦ)

ଶ୍ରେଷ୍ଠ ଅଭିନେତ୍ରୀ -ସଙ୍ଗୀତା ମହାପାତ୍ର (ଲିପି) (ମୀମାଂସା)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ମୀନକେତନ (ମୀମାଂସା)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ – ମହାଶ୍ୱେତା ରାୟ ( ଦେଲେ ଧରା କଥା ସରେ)

ଶ୍ରେଷ୍ଠ ପାର୍ଶ୍ୱ ହାସ୍ୟାଭିନେତା- ଚିତ୍ତରଂଜନ ତ୍ରିପାଠୀ ( ଲଭ ୟୁ ଜେସିକା)

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଗୁଡୁଲି ରଥ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ କାହାଣୀକାର-ଦିଲୀପ ଚୌଧୁରୀ (ନାମର୍ଦ)

ଶ୍ରେଷ୍ଠ ଚିତ୍ରନାଟ୍ୟକାର- ଦିଲୀପ ଚୌଧୁରୀ (ନାମର୍ଦ)

ଶ୍ରେଷ୍ଠ ସଂଳାପକାର- ଦିଲୀପ ଚୌଧୁରୀ( ଲଭ ୟୁ ଜେସିକା)

ଶ୍ରେଷ୍ଠ ଗୀତିକାର – ସୁବ୍ରତ ସ୍ୱାଇଁ ( ଅଗସ୍ତ୍ୟ)

ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ – ଦିଲୀପ ରାୟ ( ଚିନି)

ଶ୍ରେଷ୍ଠ ଗାୟକ -ଶଶାଙ୍କ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ ଗାୟିକା- ମହାଲକ୍ଷ୍ମୀ ଆୟାର୍ ( ମୀମାଂସା)

ଶ୍ରେଷ୍ଠ ସଂପାଦକ- ସୁକୁମାର ମଣି -( ଲଭ ୟୁ ଜେସିକା )

ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ – ତିଥିରୁପା ବହିଦାର ( ଚିନି)

ଶ୍ରେଷ୍ଠ କଳା ନିର୍ଦ୍ଦେଶକ- ଦେବେନ ଅମାତ୍ ( ଚିନି)

ଶ୍ରେଷ୍ଠ ରୂପସଜ୍ଜାକାରୀ- ସମରେଶ ପାଲ୍ ( ତୁ କହିବୁ ନା ମୁଁ)

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ -ବବି ଇସଲାମ୍ (ଚିନି)

ଶ୍ରେଷ୍ଠ ଶଦ୍ଦ ଗ୍ରହଣକାରୀ -ସୁବାସ ସାହୁ ( ମୀମାଂସା)

ଶ୍ରେଷ୍ଠ ପୋଷାକ ସଜ୍ଜାକାରୀ -ସନ୍ତୋଷ କୁମାର ଦଳେଇ( ମୀମାଂସା)

ସ୍ୱତନ୍ତ୍ର ଜୁରି ପୁରସ୍କାର- ବିଦିତା ବାଗ (ନାମର୍ଦ)

ପଢନ୍ତୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି ପକ୍ଷରୁ ସ୍ମାର୍ଟ ସେୟାର ପାର୍କିଂ ଯୋଜନା

Related posts

Bindas Romeo Odia Movie Releasing Today

Jitendra

7th Ruchi Odia Film Fare Awrads 2016 Press Conference Held At Bhubaneswar

Krishna Kumar Manoj

“Bye Bye Dubai” Press release

Jitendra

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More