News

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଚିଟଫଣ୍ଡ୍‌ କମ୍ପାନୀ ସିସୋର ଓ ରୋଜଭ୍ୟାଲି ଙ୍କ ମାମଲାର ଶୁଣାଣି କ୍ରମରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ସଂସ୍ଥା ମାନଙ୍କରେ ଅର୍ଥ ଜମାରଖି ଠକେଇର ଶିକାର ହେଇଥିବା  କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କାରୁ କମ ଜମାରାଶି ବିଶିଷ୍ଟ ଜମାକାରୀ)ଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସାରିବାକୁ କୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ଚିଟ୍‌ଫଣ୍ଡ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିନଥିବା କ୍ଷୁଦ୍ର ଜମାକାରୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ସଂଜୟ ମିଶ୍ର। କେନ୍ଦ୍ରାପଡ଼ାର ସୁରେନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟ ୧୨ ଜଣଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ।

କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଟଙ୍କା ଫେରସ୍ତ ପାଇଁ ଗତ ୨୦୧୪ ଅକ୍ଟୋବର ୨୦ ତାରିଖରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଥିଲା।  ଏହାସହ ଦୁଇ ସଂସ୍ଥାର ସମ୍ପତି ନିଲାମରୁ ମଧ୍ୟ ୧୬୯ କୋଟି ଟଙ୍କା ଇତିମଧ୍ୟରେ ମିଳିଛି । ମାତ୍ର ଏହାକୁ ଆଜିପର୍ଯ୍ୟନ୍ତ କାର୍ଜ୍ୟକ୍ଷମ କରାଯାଇନାହିଁ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ କୋର୍ଟ କହିଛନ୍ତି।

ଚିଟଫଣ୍ଡ୍‌ ମାମଲା ରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ୨ ମାସ ଭିତରେ ଜମାରାଶି ଫେରାଇବାକୁ ନିର୍ଦ୍ଦେଶ  ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ପଢନ୍ତୁ, ଏନ୍‌ଟିସିଏ ର ବ୍ୟାଘ୍ର ଗଣନା ପ୍ରସ୍ତାବ, ପ୍ରଥମଥର ଲାଗି ଭାରତ, ନେପାଳ ଓ ବାଂଲାଦେଶ ଏକାସହ ହେବେ ସାମିଲ

Related posts

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର !

Krishna Kumar Manoj

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

Krishna Kumar Manoj

ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ମାନୁସି ଚିଲର ହେବେ ସମ୍ମାନୀତ, ପାଇବେ ଇଚ୍ଛା ମୁତବକ ସରକାରୀ କାର୍ଜ୍ୟାଲୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More