News

କଟକରେ ଆଜିଠୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ

ପ୍ରଥମ ପର୍ଯ୍ୟାୟରେ ପାଇବେ ଜିଲ୍ଲାର ୧୬୩ କ୍ଷୁଦ୍ର ଜମାକାରୀ

କଟକରେ ଆଜି ଠାରୁ ଚିଟଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬୩ ଜଣ କ୍ଷୁଦ୍ର ଜମାକାରୀ ଅଥବା ୧୦ ହଜାରରୁ କମ ଟଙ୍କା ଜମା କରିଥିବା ଲୋକଙ୍କୁ ସେମାନଙ୍କ ଟଙ୍କା ଦିଆଯିବ। ଜିଲ୍ଲାର ତିନୋଟି ବ୍ଲକ ଯଥା ସାଲେପୁର, ବାଙ୍କି ଏବଂ ଆଠଗଡରେ ଏହି ଅର୍ଥ ଫେରସ୍ତ କରାଯିବ। ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଫେରଯିବା ନେଇ ସୂଚନା ମିଳିଛି।

କଟକ ଜିଲ୍ଲାରେ ପାଖାପାଖି ୬ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିବା ବେଳେ ୨୫ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ କରାଯିବା। ଜିଲ୍ଲାର ମାହାଙ୍ଗା ବ୍ଲକ୍‌ରେ ୪୬୧ଜଣ ଜମାକାରୀଙ୍କ ଆବେଦନ ଆସିଥିବାବେଳେ ସେଥିମଧ୍ୟରୁ ଯାଞ୍ଚରେ ୨୩୨ଜଣ ସେମାନଙ୍କ ବ୍ୟାଙ୍କ ତଥ୍ୟ, ଇଣ୍ଡେମ୍‌ନିଟି ବଣ୍ଡ ଦାଖଲ କରିଛନ୍ତି। ଫଳରେ ୧୦ ହଜାରରୁ କମ୍‌ ଟଙ୍କା ପାଇବାକୁ ଥିବା ହିତାଧିକାରୀ ସେମାନଙ୍କ ଟଙ୍କା ଫେରିପାଇବେ।

ସୂଚନାଯୋଗ୍ୟ,ଆଠଗଡ଼, କଟକ ସଦର, ନିଆଳି, ନିଶ୍ଚିନ୍ତକୋଇଲି ସମେତ ୧୪ଟି ବ୍ଲକ୍‌ରେ ଅର୍ଥତତ୍ତ୍ୱ ଓ ରୋଜଭ୍ୟାଲିରେ ଟଙ୍କା ରଖିଥିବା ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି।

ପଢନ୍ତୁ; ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣା: ଶଶି ଥରୁର୍‌ଙ୍କୁ ସମନ୍‌

Related posts

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

ENO Beuro

Sumitra Mahajan Inaugurates The Children Exhibition “New India-We Resolve to Make”

ENO Beuro

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More