EnewsOdia.Com

ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ

କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ଛପାକରେ ନଜର ଆସିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରହୁଥିବା ଚିତ୍ତରଞ୍ଜନ ତ୍ରିପାଠୀ। ଏହି ଫିଲ୍ମରେ ‌ସେ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଓରଫ ମାଳତୀଙ୍କ ଉପରେ ଏସିଡ୍ ମାଡ଼ ହେବା ପରେ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି ଚିତ୍ତରଞ୍ଜନ।

ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ସେ ଅନେକ ଫିଲ୍ମ ଏବଂ ୱେବ୍ ସିରିଜରେ ନଜର ଆସି ସାରିଛନ୍ତି। ନେଟଫ୍ଲିକ୍ସରେ ପ୍ରସାରିତ ହୋଇ ସାରିଥିବା ସାକ୍ରେଡ୍ ଗେମ୍ସରେ ମଧ୍ୟ ସେ ତ୍ରିବେଦି ଭୂମିକାରେ ନଜର ଆସି ଚର୍ଚ୍ଚିତ ‌ହୋଇଥିଲେ। ତେବେ ଓଡ଼ିଆ ଫିଲ୍ମରେ ଅଭିନୟ କରି ନଥିଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ ଭଳି ଫିଲ୍ମ ନିର୍ମାଣ କରିଥିବା ଜଣା ପଡ଼ିଛି। ଏହା ସହ ଅଲଟ ବାଲାଜୀ ଓ ଜି୫ରେ ପ୍ରସାରିତ ହେଉଥିବା ‘ମମ’ରେ ମଧ୍ୟ ସେ ଖଳନାୟକ ଭୂମିକାରେ ନଜର ଆସି ସାରିଛନ୍ତି।

ପଢନ୍ତୁ: ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

ସମ୍ବନ୍ଧିତ ଖବର

ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ

Ratnamani Maharana

‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା

Ratnamani Maharana

ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍‌ ଜାହାନ୍‌

Ratnamani Maharana

ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’!

Ratnamani Maharana

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଲେ ବିଗ୍‍ ବି

Ratnamani Maharana

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana