ଉଦର ସମ୍ବନ୍ଧୀୟ  ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ପ୍ରୋଟିନ ଭାର ଖାଦ୍ୟ ପଦାର୍ଥ , ଯେମିତି ବାଦାମ , ଦହି , କ୍ଷୀର , ମାଛ , ମାଂସ , ଚକୋଲେଟ ଇତ୍ୟାଦି ଶରୀରକୁ ଶକ୍ତି ଯୋଗାଇବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆହୁରି ମଧ୍ୟ ପ୍ରୋଟିନ ଜାତୀୟ ଖାଦ୍ୟ ମନୁଷ୍ୟ ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ । ଚକୋଲେଟରେ ପ୍ରଚୁର ପରିମାଣରେ ଟ୍ରିପ୍ଟୋଫାୟନ ଥାଏ , ଏଥିରେ ଥିବା ଏମିନୋ ଏସିଡ ଦ୍ଵାରା ପ୍ରୋଟିନ ସୃଷ୍ଟି ହୁଏ ।

ଆମେରିକାରେ ଥିବା ଲୁଇସରେ ସ୍ଥିତ ୱାଶିଂଟନ ସ୍କୁଲ ଅଫ ମେଡିସିନରେ ଏକ ପରୀକ୍ଷା ମାଧ୍ୟମରେ ପ୍ରୋଫେସର ମାର୍କୋ କୋଲୋନା କହିଛନ୍ତି ଯେ, ଚକୋଲେଟ ଥିବା ଲେଇକ୍ଟୋବାରିସଲ ରେୟୁଟେରୀ ପେଟରେ ରହିଥିବା  ଜୀବାଣୁ ଉପରେ ପ୍ରଭାବ ପକାଏ , ଯାହା ଫଳରେ ପେଟ ଭିତରେ ହେଉଥିବା ଅନେକ ସମସ୍ୟାରୁ ମୁକ୍ତି ମିଳେ ଓ ରୋଗ ପ୍ରତିଶୋଧକ ଶକ୍ତି ମଧ୍ୟ ବୃଦ୍ଧି ହୁଏ ।

ଉଦର ସମ୍ବନ୍ଧୀୟ ରୋଗରରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ପଢନ୍ତୁ, ବିଖ୍ୟାତ ନାଟ୍ୟକାର ଅନନ୍ତ ଓଝା ନିଜର ଅସୁସ୍ଥତା ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି