ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

ଗତକାଲି ସ୍ଥାନୀୟ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେଇଥିଲା ରେଡିଓ ଚକଲେଟ୍ ପକ୍ଷରୁ ଓଡ଼ିଆ ସଂଗୀତ ଜଗତ ପାଇଁ ସମ୍ମାନ ଓ ପୁରସ୍କାରର ମହାମଞ୍ଚ ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ । ଭୋଟିଂ ଆଧାରରେ ଗତକାଲି ମୋଟ୍ ୨୧ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଚକଲେଟ୍ ଲିଜେଣ୍ଡ୍ ଆଓ୍ଵାର୍ଡ ସହ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପାଇଥିଲେ ବିଶିଷ୍ଟ ସଂଗୀତ ନିର୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ।  ଏଥିସହିତ ସଂଗୀତ କ୍ଷେତ୍ରରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶାସ୍ତ୍ରୀୟ ସଂଗୀତ ପାଇଁ ଗୁରୁ ରାମହରି ଦାସ ଏବଂ ଲୋକ ସଂଗୀତ ପାଇଁ ନିଶିକାନ୍ତ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରେମ ଆନନ୍ଦଙ୍କୁ “ତୁ ମୋ ଲଭ୍ ଷ୍ଟୋରି” ଚଳଚ୍ଚିତ୍ରରେ ସଂଗୀତ ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ସମ୍ମାନ ମିଳିଛି । ବାବୁସାନ ଓ ସୁପ୍ରିୟାଙ୍କ “ଲଭ୍ ପାଇଁ କୁଛ୍ ଭି କରେଗା” ଚଳଚ୍ଚିତ୍ରର “ଶେହଜାଦୀ ଶେହେଜାଦୀ..କୁ ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଅନୁଭବ ଓ ଏଲିନାଙ୍କ “ଅଭୟ” ଚଳଚ୍ଚିତ୍ରର ଗଜଲ ଗଜଲ..କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଗୀତ ଓ ଗଜଲ ଗଜଲ ଗୀତ ଲେଖିଥିବା ବସନ୍ତରାଜ ସାମଲଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ପୁରସ୍କୃତ କରାଯାଇଥିଲା।

“ଅଭୟ”ର ଗଜଲ ଗଜଲ ଗୀତ ଗାଇଥିବା ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ଗାୟକ ଏବଂ ଏହି ସିନେମାର ରବା ରବା..ଗାଇଥିବା ଅନନ୍ୟା ଶ୍ରୀତମ ନନ୍ଦଙ୍କୁ ଶ୍ରେଷ୍ଠ ଗାୟିକା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିଭଳି ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ଗାଇଥିବା ତାରିକ ଅଜିଜଙ୍କୁ ଉଦୀୟମାନ ଗାୟକ, ଖାଣ୍ଟି ଓଡ଼ିଆ ଝିଅ ଚଳଚ୍ଚିତ୍ରରେ ଗାଇଥିବା ଅସୀମା ପଣ୍ଡାଙ୍କୁ ଉଦୀୟମାନ ଗାୟିକା ସମ୍ମାନ ପ୍ରଦାନ କରାଯାଇଥିଲା ଏବୋଂ ମ୍ୟୁଜିକାଲ୍ ସେନସେସନ୍ ଅଫ୍ ଦି ଇୟର ସମ୍ମାନ ପାଇଥିଲେ ସତ୍ୟଜିତ୍ ଜେନା (ଜୁନିୟର)।

ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରର ନାଗିନ ନାଗିନ୍.. ଗୀତକୁ ବ୍ୟାଣ୍ଡ୍ ବାଜା ବାରାତ ଗୀତ, ହିରୋ ନଂ୧ ଚଳଚ୍ଚିତ୍ରର ଡିଜେ ବାଲା ଡ୍ୟାନ୍ସ..କୁ ଶ୍ରେଷ୍ଠ ଆଇଟମ ଗୀତ, ତୁ ମୋ ଲଭ୍ ଷ୍ଟୋରି ଚଳଚ୍ଚିତ୍ରର ପ୍ରେମରେ ପାପ କେତେ..କୁ ଶ୍ରେଷ୍ଠ କରୁଣ ଗୀତ, ସମ୍ମାନ ପ୍ରଦାନ କରାଯାଇଥିଲା ।

“ରୋମିଓ ଜୁଲିଏଟ୍” ଚଳଚ୍ଚିତ୍ରର ନାହିଁ ମୋ ପାଦେ ଆଜି ନୁପୂରକୁ ଶ୍ରେଷ୍ଠ ରିମିକ୍ସ ଗୀତ, ଲଭ୍ ପାଇଁ କୁଛ୍ ଭି କରେଗା ଚଳଚ୍ଚିତ୍ରର ଶକ୍ତିଶ୍ୱର ମହାପାତ୍ରଙ୍କୁ ଶ୍ରେଷ୍ଠ ସାଉଣ୍ଡ୍ ଇଂଜିନିୟର, ବାଏ ବାଏ ଦୁବାଇର ନିତ୍ୟ ଶ୍ରୀରଂଜନଙ୍କୁ ଶ୍ରେଷ୍ଠ ମ୍ୟୁଜିକ୍ ଆରେଞ୍ଜର, ରେଡିଓ ଚକଲେଟର ଗଣପତୟେ ନମଃ..କୁ ଶ୍ରେଷ୍ଠ ଭକ୍ତି ଗୀତ, ବେବି ଚଳଚ୍ଚିତ୍ରର କୁନି କଣ୍ଠଶିଳ୍ପୀ ଚୁନ୍ ମୁନ୍ଙ୍କୁ ଶ୍ରେଷ୍ଠ କନିଷ୍ଠ କଣ୍ଠଶିଳ୍ପୀ ଏବଂ ଗ୍ରେଟ୍ ଇଷ୍ଟର୍ଣ୍ଣ ଅପେରାର ‘ଡିଜେ ବଜେଇ ଦେଲୁ..ଗୀତକୁ ଶ୍ରେଷ୍ଠ ଅପେରା ଗୀତ ସମ୍ମାନ ମିଳିଥିଲା ।

ସେହିଭଳି ମ୍ୟୁଜିକ୍ ଭିଡିଓ ତଥା ନନ୍ ଫିଲ୍ମ ବର୍ଗ ପାଇଁ ମଧ୍ୟ ବିଭିର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଥିଲା । ମ୍ୟୁଜିକ୍ ଭିଡିଓ ସାର୍ଥକ ମ୍ୟୁଜିକର “ନିଃଶ୍ୱାସ ତୋ ବିନା..” ଗୀତ ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ, “ଗୋଟେ କପ୍ କଫି” ଗୀତର ନିର୍ଦେଶକ ମଳୟ ମିଶ୍ରଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ, ଭରଦ୍ୱାଜ ପଣ୍ଡାଙ୍କୁ ନନ୍ ଫିଲ୍ମ ବର୍ଗରେ ଶ୍ରେଷ୍ଠ ଗୀତିକାର, ପିଆର୍ଏସ୍ ମ୍ୟୁଜିକର ତୁ ମୋର ନିହାତି ଦରକାର..ଗୀତକୁ ଶ୍ରେଷ୍ଠ ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଦେବଦାସ ଛୋଟରାୟ, ଅର୍ଜୁନ ଚରଣ ସାମଲ, ମନ୍ମଥ ମିଶ୍ର, ଅମରେନ୍ଦ୍ର ମହାନ୍ତି, ସୁବାସ ଦାସ, ପଞ୍ଚାନନ ନାୟକ,ଅକ୍ଷୟ ପରିଜା, ଶୀର୍ଷାନନ୍ଦ ଦାସ କାନୁନଗୋ, ଇରା ମହାନ୍ତି, ବସନ୍ତରାଜ ସାମଲ, ମହମ୍ମଦ ମୁସିର୍, ମନୋରଂଜନ ନାୟକ, ଡ.ରଜନୀ ରଂଜନ, ବର୍ଷା ପ୍ରିୟଦର୍ଶିନୀ, ନାଜିଆ ଆଲାମ, ସଚ୍ଚି ମହାନ୍ତି, ଶୈଳଭାମା, ଏଲିନା, ପରମାନନ୍ଦ ମିଶ୍ର, ଲାଲ୍ଚାନ୍ଦର ଅଂଶୁମାନ ହଂସ, ସାଗର, ସ୍ୟାଣ୍ଡିସ୍ ଟାଓ୍ଵାରର ସରୋଜ, ‘ସମ୍ବାଦ’ ଗ୍ରୁପ୍ର ଏମ୍ଡି ମୋନିକା ନୈୟାର ପଟ୍ଟନାୟକ, କାର୍ୟ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଆର୍ ଜେ ସଂଗ୍ରାମ ଓ ସମସ୍ତ ରେଡିଓ ଚକ୍ଲେଟ୍ ସହଯୋଗୀବୃନ୍ଦ। କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଆର୍ଜେ କୋମଲ୍ ଓ ଆର୍ ଜେ ଅନିଲ୍।

ରେଡିଓ ଚକଲେଟର “ଚକଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ” ଭୋଟିଂ ଶେଷ, ଯାଣନ୍ତୁ ସମ୍ମାନିତ ବ୍ୟକ୍ତିତ୍ଵଙ୍କ ବିଷୟରେ

ପଢନ୍ତୁ, ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟ