Spread the loveଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ । ଓଡ଼ିଶାର ଅଗ୍ରଣୀ ଏଫଏମ୍ ଷ୍ଟେସନ୍, ରେଡ଼ିଓ ଚକୋଲେଟ୍ ୧୦୪ ଏଫଏମ ଆଣିଛି ଏହି ସୁଯୋଗ । ରେଡ଼ିଓ ଚକୋଲେଟ୍... ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ
Spread the love

ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ । ଓଡ଼ିଶାର ଅଗ୍ରଣୀ ଏଫଏମ୍ ଷ୍ଟେସନ୍, ରେଡ଼ିଓ ଚକୋଲେଟ୍ ୧୦୪ ଏଫଏମ ଆଣିଛି ଏହି ସୁଯୋଗ । ରେଡ଼ିଓ ଚକୋଲେଟ୍ ଏକ ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ କାର୍ଯ୍ୟକ୍ରମ ଆୟୋଜିତ କରୁଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ । ନଭେମ୍ବର ୧୮ ତାରିଖରେ ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ । ସଂନ୍ଧ୍ୟା ୬ଟାରେ ଅଛି କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ସିନେମା ଗୀତ ଠାରୁ ଆରମ୍ଭ କରି ଭକ୍ତି ସଙ୍ଗୀତ ଓ ଆଇଟମ୍ ଗୀତର ଆଦିର ୨୧ଟି କାଟାଗୋରୀ ଅଛି ଓ ଏଥିପାଇଁ ଅନଲାଇନ୍ ଭୋଟିଂ ଲାଇନ୍ ଖୋଲି ସାରିଛି । ଏଥିପାଇଁ ପବ୍ଲିକ୍ ଭୋଟିଂ ମଧ୍ୟ ଆରମ୍ଭ ହୋଇସାରିଛି ।

ରେଡ଼ିଓ ଚକୋଲେଟ୍ ୧୦୪ ଏଫଏମ ବିଗତ ୧୦ ବର୍ଷ ଧରି ଘରେ ଘରେ ବେଶ ପରିଚିତି ଲାଭ କରିଛି । ତେବେ ରେଡ଼ିଓ ଚକୋଲେଟର ଏପରି ଏକ ନିଆରା ପ୍ରୟାସ ନିଶ୍ଚୟ ସଫଳ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ସଙ୍ଗୀତ ରଚୟିତା, ଗାୟକ , ସଂଯୋଜକ ଓ ଟେକ୍ନିସିଆନ ସମସ୍ତଙ୍କର ଏକ ମିଳିତ ସ୍ଥଳି ହେବ ବୋଲି ବିଶ୍ଵାସ । ଏହାସହିତ ଅନେକ ବିଶେଷ ପ୍ରତିଭାଙ୍କୁ ମିଳିବ ସମ୍ମାନ । ସର୍ବମୋଟ ୩୦ଟି ବିଭାଗରେ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ । ତେବେ ସିଏମଏ.ରେଡ଼ିଓଚକଲେଟଅନଲାଇନ୍.କମ କୁ ଯାଇ ଭୋଟିଂ କରନ୍ତୁ । ଭୋଟିଂ ଲାଇନ୍ ୧୫ ପର୍ଯ୍ୟନ୍ତ ଖୋଲା ରହିଛି । ଏବେଠୁ ଲାଗିପଡନ୍ତୁ ।

ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ

ପଢନ୍ତୁ, ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି

Your email address will not be published. Required fields are marked *