EnewsOdia.Com

କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ଜେଲ୍‌!

ଗାଜିୟାବାଦରେ ୫ କୋଟି ଠକେଇ ମାମଲାରେ ପ୍ରଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ତଥା ଫିଲ୍ମ ପ୍ରଯୋଜକ ରେମୋ ଡିସୁଜାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ଗରଫଦାରୀରୁ ବର୍ତ୍ତିବା ପାଇଁ ରେମୋ ଡିସୁଜା ଆଇନଗତ ପଦକ୍ଷେପ ନେଉଥିବା ଜଣାପଡିଛି । ସେ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପଟେ ମୁମ୍ବାଇ ଯାଇ ରେମୋଙ୍କୁ ଗିରଫ କରିବାଲାଗି ପୁଲିସ ଆଇଜିଙ୍କ ଅନୁମତି ଅପେକ୍ଷାରେ ରହିଛି । ତେଣୁ ଯେ କୌଣସି ମୁହୂର୍ତ୍ତରେ ସେ ଗିରଫ ହେବା ଆଶଂକା ଉପୁଜିଛି ।

୨୦୧୬ ମସିହାରେ ସତେନ୍ଦ୍ର ତ୍ୟାଗି ନାମକ ଜଣେ ଯୁବକ ରେମୋ ଡିସୁଜାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସତେନ୍ଦ୍ରଙ୍କ କହିବା ଅନୁସାରେ ରେମୋଙ୍କ ସହ ତାଙ୍କର ପାରିବାରିକ ସମ୍ବନ୍ଧ ଥିଲା। ବଡ ଫିଲ୍ମ କରିବା ପାଇଁ ସତେନ୍ଦ୍ରଙ୍କଠୁ ଟଙ୍କା ନେଇଥିଲେ। ୨୦୧୩ ମସିହାରେ ରେମୋଙ୍କ ଫିଲ୍ମ ଅମର ମଷ୍ଟ ଡାଇରେ ୫ କୋଟି ଟଙ୍କା ଲଗାଇଥିଲେ। ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଓ ଅଭିନେତା ରାଜୀବ ଖଣ୍ଡେଲୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଗୋଟେ ବର୍ଷ ମଧ୍ୟରେ ରେମୋ ୫ କୋଟି ବଦଳରେ ଟଙ୍କାର ୧୦ କୋଟି ଫେରାଇବେ ବୋଲି କହିଥିଲେ। ହେଲେ ଏତେ ମୋଟା ରକମ ନେବା ପରେ ମଧ୍ୟ ସେ ଟଙ୍କା ଫେରସ୍ତ କରିନଥିଲେ। ସତେନ୍ଦ୍ରଙ୍କ ଅନୁସାରେ ୨୦୧୬ ମସିହା ଡିସେମ୍ବର ମାସ ୧୩ ତାରିଖରେ ତାଙ୍କୁ ଅଣ୍ଡରୱାର୍ଡ ଡନ୍‌ଙ୍କ ଧମକ ମଧ୍ୟ ମିଳିଥିଲା ଓ ଏଥିରେ ରେମୋଙ୍କ ହାତ ଥିଲା।

ମାମଲାର ଶୁଣାଣି ଗାଜିୟାବାଦ ଅଦାଲତରେ ହୋଇଛି। ସେପଟେମ୍ବର ମାସ ୨୩ ତାରିଖରେ ରେମୋଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ରେମୋ ମୁମ୍ବାଇରେ ରୁହନ୍ତି। ଏଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ଯିବାର ଅନୁମତି ଆଇଜିଙ୍କୁ ମଗାଯାଇଥିଲା। ହେଲେ ଅନୁମତି ମିଳିନାହିଁ। ମାମଲାର ଜାଞ୍ଚ କରୁଥିବା ଏସଏସଆଇ କହିଛନ୍ତି ଯେ, ଚଳିତ ମାସ ୪ ତାରିଖରେ ରେମୋ ଆହ୍ଲାବାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ପଢନ୍ତୁ: ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

ସମ୍ବନ୍ଧିତ ଖବର

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana

ସୁନ୍ଦର ଉଦାହରଣ ସୃଷ୍ଟି କଲେ ଆୟୁଷ୍ମାନ ଓ ତାହିରା

Ratnamani Maharana

ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

Ratnamani Maharana

କାରଗିଲ ଯୁଦ୍ଧକୁ ନେଇ ଆସୁଛି ଫିଲ୍ମ ‘ସେରଶାହା’

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

Ratnamani Maharana