ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ

ରିଏଲ ମାଦ୍ରିଦ ପକ୍ଷରୁ ଖେଳୁଥିବାବେଳେ ଟିକସ ଫାଙ୍କି ଅଭିଯୋଗରେ ଫସିଥିବା ପର୍ତୁଗାଲ୍‌ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ୨.୨କୋଟି ଡଲାର ଜରିମାନା ଦେଇ କୋଠର ଦଣ୍ଡରୁ ବର୍ତ୍ତୀ ଯାଇଛନ୍ତି।

ସ୍ପାନିଶ ଟ୍ୟାକ୍ସ ଅଥରିଟି ଓ ରୋନାଲ୍ଡୋଙ୍କ ପରାମର୍ଶଦାତାଙ୍କ ମଧ୍ୟରେ ହୋଇଥିବା ଆପୋସ ସମାଧାନ ମଧ୍ୟରେ ଦୁଇ ବର୍ଷର ଜେଲ ଦଣ୍ଡ ମଧ୍ୟ ରହିଛି। କିନ୍ତୁ ଏହି ଦଣ୍ଡାଦେଶକୁ ରୋନାଲ୍ଡୋଙ୍କୁ ଭୋଗିବାକୁ ପଡ଼ିବ ନାହିଁ। କାରଣ ସ୍ପେନରେ ପ୍ରଥମ ଥର ଅହିଂସାଜନକ ଅପରାଧ ଘଟାଇଥିବା ଅପରାଧୀଙ୍କୁ ଦୁଇ ବର୍ଷ ଜେଲ ହେଲେ, ଦଣ୍ଡାଦେଶ କାର୍ଯ୍ୟକାରୀ ହୁଏ ନାହିଁ ବୋଲି ମାଡ୍ରିଡ୍‌ରେ ଥିବା ରୋନାଲ୍ଡୋଙ୍କ ଓକିଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ,ରୋନାଲ୍ଡୋଙ୍କ ବ୍ୟତୀତ ଆର୍ଜେଣ୍ଟିନା ଓ ବାର୍ସିଲୋନା ଷ୍ଟାର ଲିଓନାଲ ମେସି ମଧ୍ୟ ସମାନ ମାମଲାର ଶିକାର ହୋଇଥିଲେ। ସେ ୨୦୧୬ରେ ମାମଲାର ସମାଧାନ ଲାଗି ଦୁଇ ନିୟୁତ ୟୁରୋ ଅର୍ଥ ଦେଇଥିଲେ। ଏହାପରେ ମଧ୍ୟ ତାଙ୍କୁ ୨୧ ମାସର ଜେଲ ଦଣ୍ଡାଦେଶ ମିଳିଥିଲା। ଏଥିରୁ ବର୍ତ୍ତିବା ପାଇଁ ସେ ଦିନକୁ ୪୦୦ ୟୁରୋ ହିସାବରେ ଅଢ଼େଇ ଲକ୍ଷ ୟୁରୋରୁ ଅଧିକ ଅର୍ଥ ଦେଇଥିଲେ।

ପଢନ୍ତୁ; ୟୁଗଭ୍‌ ସର୍ଭେ: ଧୋନି ସବୁଠୁ ଲୋକପ୍ରିୟ ଖେଳାଳି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More