EnewsOdia.Com

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖୁଛନ୍ତି କ୍ରିଷ୍ଟିନା କୋଚ

ପୃଥିବୀରେ ଦିନକୁ ଥରେ ସୂର୍ଯ୍ୟୋଦୟ ହୋଇଥାଏ। ମାତ୍ର ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖୁଛନ୍ତି କ୍ରିଷ୍ଟିନା କୋଚ । ଶୁଣିଲେ ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି। ମାତ୍ର ଏହା ସତ। କାରଣ କ୍ରିଷ୍ଟିନା କୋଚ ପୃଥିବୀରେ ନୁହେଁ ମହାକାଶରେ ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖିଛନ୍ତି।  ଅର୍ନ୍ତଜାତୀୟ ସ୍ପେଶ ଷ୍ଟେସନରେ ୩୧୪ ଦିନ ବିତାଇ ସାରିଲେଣି କ୍ରିଷ୍ଟିନା ।

ସ୍ପେଶ ଷ୍ଟେସନ ପୃଥିବୀର ଚାରି ପାଶ୍ୱର୍ରେ ଘୂରି ବୁଲୁଥିବାରୁ ଦିନ ୧୬ ଥର ହିସାବରେ ୩୧୪ ଦିନର ରହଣି ମଧ୍ୟରେ ୫୦୨୪ ସୂର୍ଯ୍ୟୋଦୟ ଦେଖିସାରିଲେଣି କ୍ରୀଷ୍ଟିନା।

ନାସାର ମହିଳା ମହାକାଶଚାରୀ ପେଗି ହ୍ୟୁଷ୍ଟନଙ୍କ ନାଁରେ ମହକାଶରେ ଅଧିକ ଦିନ ରହିବାର ରେକର୍ଡକୁ ଭାଙ୍ଗିଛନ୍ତି କ୍ରୀଷ୍ଟିନା। ପେଗି ମହାକାଶରେ ୨୮୯ ଦିନ ପାଞ୍ଚ ଘଣ୍ଟା ଓ ୧ ମିନିଟ୍ ବିତାଇଥିଲେ । ଯାହାକୁ କ୍ରିଷ୍ଟ୍ରିନା ଭାଙ୍ଗିଛନ୍ତି । କ୍ରିଷ୍ଟ୍ରିନା ଦୁନିଆର ପ୍ରଥମ ମହିଳା ଯିଏ ନିଜର ଅନ୍ୟ ସହଯୋଗୀ ଜେସିକା ମୀରଙ୍କ ସହ ଅକ୍ଟୋବର ୨୦୧୯ରେ ମହାକାଶରେ  ପ୍ରଥମ ଥର ପାଇଁ ଦୁଇ ମହିଳା କୌଣସି ପୁରୁଷ ସାଥୀଙ୍କ ବିନା ମହାକାଶରେ ସ୍ପେଶୱାର୍କ କରିଥିଲେ ।

କ୍ରିଷ୍ଟ୍ରିନାଙ୍କୁ ୧୪ ମାର୍ଚ୍ଚ ୨୦୧୯ରେ ସ୍ପେଶ ଷ୍ଟେସନକୁ ପଠାଯାଇଥିଲା । ପ୍ରଥମେ ୬ ମାସିକିଆ ମିଶନରେ କ୍ରିଷ୍ଟ୍ରିନାଙ୍କୁ ପଠା ଯାଇଥିଲେ ମଧ୍ୟ ପରେ ଏହାକୁ ବଢାଇ ଦିଆଯାଇଥିଲା । ଆସନ୍ତା ୬ ଫେବ୍ରୁଆରୀରେ କ୍ରିଷ୍ଟ୍ରିନା ପୃଥିବୀପୃଷ୍ଠକୁ ଫେରି ଆସିବେ ।

ପଢନ୍ତୁ: କମିଲା ସୁନା ଦର

ସମ୍ବନ୍ଧିତ ଖବର

ମୁସଲମାନ ସମ୍ପ୍ରଦାୟର ବିବାହ କାର୍ଡରେ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ

Ratnamani Maharana

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

ରଦ୍ଦ ହେଲା ମୁଶାରଫଙ୍କ ମୃତ୍ୟୁ ଦଣ୍ଡାଦେଶ

Ratnamani Maharana

ଭୋଡ଼ାଫୋନ୍‌ କର୍ମଚାରୀଙ୍କୁ ଶୁକ୍ରବାର ମିିଳିବ ଅଧା ଛୁଟି

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

କରୋନା ପାଇଁ ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

Ratnamani Maharana