News

ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ !

 ମେ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ବାର୍ଷିକ ପରୀକ୍ଷାଫଳ ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ । ମେ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ୧୯ ତାରିଖ ଦିନ ୧୧ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଏହି ଫଳାଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍‌ chseodisha.nic.in ରେଜଲ୍ଟ ଦେଖିପାରିବେ । ଏହାବ୍ୟତୀତ orissaresults.nic.in ରେ ମଧ୍ୟ ରେଜଲ୍ଟ ଦେଖିହେବ । ତେବେ ଚଳିତ ମାସ ଶେଷ ସୁଦ୍ଧା କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଚଳିତ ବର୍ଷ ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ତେବେ ପରୀକ୍ଷା ଖାତା ଦେଖାରେ ସାମାନ୍ୟ ବିଳମ୍ବ ହେତୁ ଗତବର୍ଷ ତୁଳନାରେ ୧ ସପ୍ତାହ ବିଳମ୍ବରେ ଚଳିତ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଯାଉଛି । ଗତବର୍ଷ ମେ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥର ମେ ୧୯ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ପରୀକ୍ଷା ଖାତାଗୁଡ଼ିକର ଇ ମୂଲ୍ୟାୟନ ହୋଇଛି ।

ପଢନ୍ତୁ ;

କାଳବୈଶାଖୀ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା

Related posts

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ENO Beuro

ମୁଁ ବହୁତ ଦୁଃଖରେ ଅଛି, ଘରେ ଶୋଇ ପାରୁନି – ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ

ENO Beuro

ପିଏନ୍‌ବି ମହାଠକେଇ ମାମଲା : ନିରବ ମୋଦୀଙ୍କ ଠାରୁ ୯ଟି ଦାମୀ କାର୍‌ ଜବତ

ENO Beuro

1 comment

Leave a Comment