News

ଭାରତରେ ବି ବ୍ୟାନ୍‌ ହୋଇପାରନ୍ତି ପାକିସ୍ତାନ କଳାକାର

Bv 1

ଜାମ୍ମୁକାଶ୍ମୀରରେ ୩୭୦ ଧାରା ଉଚ୍ଛେଦ  ପରେ ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ଛିନ୍ନ କରିଛି। ଏହାସହ ଭାରତର ଫିଲ୍ମ ପାକିସ୍ତାନରେ ରିଲିଜ ହେବାନେଇ ମଧ୍ୟ ବ୍ୟାନ କରିଛି। ଏହି ପରିପ୍ରେକ୍ଷୀରେ ଯେସାକୁ ତେସା ନୀତି ଆପଣାଇବାକୁ ଯାଉଛି ଭାରତ। ଏହାକୁ ନେଇ ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ୍‌  କ୍ଷୁବ୍ଧ ହୋଇଛି। ପାକିସ୍ତାନର କଳାକାରମାନଙ୍କୁ ଭାରତରେ ବ୍ୟାନ୍‌ କରିବା ପାଇଁ ଆଜି ଆସୋସିଏସନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖାଯାଇଛି।

ପୁଲୱାମା  ହମ୍‌ଲା ପରେ ବଲିଉଡର ଅନେକ ସଙ୍ଘ ଓ ବ୍ୟକ୍ତି ପାକିସ୍ତାନ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ ପାକିସ୍ତାନ କଳାକାରମାନେ ଭାରତୀୟ ଫିଲ୍ମରେ ଅଭିନୟ କରୁଛନ୍ତି ଓ ଗୀତ ଗାଉଛନ୍ତି। ହେଲେ ସିନେ ୱାର୍କର୍ସ ଆସୋସିଏସନ୍‌ ଏଥିରେ ଖୁସି ନଥିବାରୁ ମୋଦିଙ୍କୁ ଚିଠି ଲେଖିଛି।

Ia

ଖାଲି ସେତିକି ନୁହେଁ, ପାକିସ୍ତାନ ସହ ସମସ୍ତ ପ୍ରକାରର ଦ୍ୱିପାକ୍ଷିକ ଓ କୂଟନୀତିକ ସମ୍ପର୍କ ଛିନ୍ନ କରିବାକୁ ଏହି ଚିଠି ଦାବି କରାଯାଇଛି। ଭାରତ ସରକାର ମଧ୍ୟ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି। ସିନେ ଆସୋସିଏସ୍‌ ପକ୍ଷରୁ ମୋଦି ସରକାର  ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତିକୁ ସମର୍ଥନ ମଧ୍ୟ କରାଯାଇଛି।

 

ପଢନ୍ତୁ: ରେଡିଏସନ୍‌ରୁ ରକ୍ଷା କରିବା ପାଇଁ ବେଲପତ୍ର ମୋବାଇଲ କଭର୍‌ ପ୍ରସ୍ତୁତ କଲେ ଯୁବ ବୈଜ୍ଞାନିକ ଆୟୁଷ

Related posts

ରାଜ୍ୟସରକାର ବଢାଇଲେ ବାର୍ଦ୍ଧକ୍ୟ ଭତ୍ତା

ENO Beuro

ପ୍ରତିଷ୍ଠା ହେବ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ

ENO Beuro

ଶ୍ରୀଲଙ୍କା ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି

ENO Beuro

1 comment

Leave a Comment