News

ଶପଥ ନେଲେ ୧୧୦ ଜଣ ସିଭିଲ ଜଜ୍‌

ଶୁକ୍ରବାର ଓଡ଼ିଶା ନ୍ୟାୟିକ ଏକାଡେମୀ ପରିସରସ୍ଥିତ ଗତିକୃଷ୍ଣ ମିଶ୍ର ସମ୍ମିଳନୀ କକ୍ଷରେ ୧୧୦ଜଣ ନବନିଯୁକ୍ତ ସିଭିଲ୍‌ ଜଜ୍‌ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ ବିନୀତ୍‌ ସରନ ୧୧୦ଜଣ ନବ ନିଯୁକ୍ତ ଶିକ୍ଷାନବୀଶ ସିଭିଲ୍‍ ଜଜ୍‍ମାନଙ୍କୁ ଶପଥ ପାଠ କରାଇଥିଲେ।

ଜଷ୍ଟିସ ବିନୀତ୍‍ ଶରଣ ଯୋଗଦେଇ ଏହି ଭବ୍ୟ ଉତ୍ସବରେ ଓଡ଼ିଶା ନ୍ୟାୟିକ ଏକାଡ଼େମୀର ଅଧ୍ୟକ୍ଷ ତଥା ଓଡ଼ିଶା ହାଇକୋର୍ଟ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓ ନ୍ୟାୟିକ ଏକାଡ଼େମୀ ତଥା ପ୍ରଶିକ୍ଷଣ କମିଟିର ସମ୍ମାନାସ୍ପଦ ସଦସ୍ୟବୃନ୍ଦ ଯୋଗଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଓ ସେମାନଙ୍କର ସହଧର୍ମିଣୀଗଣ ତଥା ମୁଖ୍ୟ ବିଚାରପତିଙ୍କ ସହଧର୍ମିଣୀ ଉମା ଶରଣ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ନ୍ୟାୟିକ ଏକାଡେମୀ ଦ୍ୱାରା ପ୍ରକାଶିତ ପ୍ରଶିକ୍ଷଣ ପୁସ୍ତିକା ‘ପ୍ରରୂପ’ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ନ୍ୟାୟିକ ଏକାଡେମୀର ନିର୍ଦ୍ଦେଶକ ଗୌରୀଶଙ୍କର ଶତପଥୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଠାରେ ଓଡ଼ିଶା ହାଇକୋର୍ଟର ମହାନିବନ୍ଧକ ଓ ନିବନ୍ଧକ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଶା ନ୍ୟାୟିକ ଏକାଡେମୀର ଉପନିର୍ଦ୍ଦେଶକ ବଦ୍ରି ନାରାୟଣ ନନ୍ଦ ଧନ୍ୟବାଦ ଦେଇଥିଲେ ଓ ସହନିର୍ଦ୍ଦେଶକ ସତ୍ୟ ପ୍ରକାଶ ରାୟ ଚୌଧୁରୀ ସଭା ପରିଚାଳନାରେ ସହଯୋଗ କରିଥିଲେ।

ପଢନ୍ତୁ; ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

Related posts

ଗ୍ୟାସ୍ ସିଲିଣ୍ଡର ଫାଟି ମା’, ଝିଅ ମୃତ ଏବଂ ବାପା ଗୁରୁତର

ENO Beuro

ଆଜିଠୁ ବଜେଟ ଅଧିବେଶନ ! ଫେବୃଆରୀରେ ଜେଟଲୀଙ୍କ ଉପସ୍ଥାପନ

ENO Beuro

ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତା ୨୦୧୮:ବିଜୟିନୀ ହେଲେ ତାମିଲନାଡୁର ମିସ୍‌ ଅନୁକୃତୀ ଭାସ୍‌

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More