EnewsOdia.Com

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ଏବଂ ‘ହାଇକୋର୍ଟ ବାର୍‌ ଆସୋସିଏନ୍‌ ଇଲେଭେନ୍‌’ ମଧ୍ୟରେ ଅନୁଷ୍ଠିତ  ହୋଇଯାଇଛି ଏକ କ୍ରିକେଟ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ  ଭାରତର ପ୍ରଧାନ ବିଚାରପତି ଶରଦ ବୋବ୍‌ଡ଼େ। ‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ଏବଂ ‘ହାଇକୋର୍ଟ ବାର୍‌ ଆସୋସିଏନ୍‌ ଇଲେଭେନ୍‌’ ମଧ୍ୟରେ ଅନୁଷ୍ଠିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ଅଂଶ ଗ୍ରହଣ କରିଥିଲେ।ସିଭିଲ୍‌ ଲାଇନ ଅଞ୍ଚଳ ଅନ୍ତର୍ଗତ ବିଦର୍ଭ କ୍ରିକେଟ୍‌ ଆସୋସିଏନ୍‌ ପ୍ରାଙ୍ଗଣରେ ଏହି ୧୫ ଓଭର୍‌ବିଶିଷ୍ଟ ମ୍ୟାଚ୍‌ ଆୟୋଜିତ ହୋଇଥିଲା।

ଭାରତର ପ୍ରଧାନ ବିଚାରପତି ଶରଦ ବୋବ୍‌ଡ଼େ ଦୁଇଦିନିଆ ନାଗପୁର ଗସ୍ତରେ ଅଛନ୍ତି। ଏଥିରେ କ୍ରୀଡ଼ାପ୍ରେମୀ ପ୍ରଧାନ ବିଚାରପତି ‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ତରଫରୁ ଖେଳି ୧୮ ରନ୍‌ ହାସଲ୍‌ କରିଥିଲେ। ଏହି ୧୮ ରନ୍‌ ଥିଲା ସେ ମ୍ୟାଚ୍‌ର ସର୍ବାଧିକ ରନ୍‌। କିନ୍ତୁ, ‘ହାଇକୋର୍ଟ ବାର୍‌ ଆସୋସିଏନ୍‌ ଇଲେଭେନ୍‌’ ଏହି ମ୍ୟାଚ୍‌ରେ ବିଜୟୀ ହେଲା।

‘ଅଲ୍‌ ଜଜେସ୍‌ ଇଲେଭେନ୍‌’ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ସ୍ଥିର କରିଥିଲେ। ୧୫ ଓଭର୍‌ ଖେଳି ସମସ୍ତ ଉଇକେଟ୍‌ ହରାଇ ସେମାନେ ୫୪ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ‘ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଇଲେଭେନ୍‌’ ୮. ୫ ଓଭର୍‌ ଖେଳି ଦୁଇ ଉଇକେଟ୍‌ ବିନିମୟରେ ୫୫ ରନ୍‌ ସଂଗ୍ରହ କରିବା ସହ ୮ ଉଇକେଟ୍‌ରେ ମ୍ୟାଚ୍‌ ଜିଣିଥିଲେ।

ପଢନ୍ତୁ: ୨୩ରୁ ପୁଣି ଲେଉଟିବ ଶୀତ

ସମ୍ବନ୍ଧିତ ଖବର

ଆମେରିକା ପାଇଁ ବିପଦ ଇରାନର ପ୍ରଶିକ୍ଷିତ ସାମୁଦ୍ରିକ ଜୀବ

Ratnamani Maharana

ହସପିଟାଲରୁ ଘରକୁ ଯାଉଥିବା ଜଣେ ୯୧ ବର୍ଷିୟା ମହିଳା କଲେ ଜବରଦସ୍ତ ଡ୍ୟାନ୍ସ

Ratnamani Maharana

ୟାହୁର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଣେ ଭାରତୀୟ

Ratnamani Maharana

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana

‘ମହାତ୍ମା ଗାନ୍ଧି ଭାରତ ରତ୍ନଠାରୁ ଊର୍ଦ୍ଧ୍ୱରେ’ କହି ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

ଏଥର ହୋଲି ପାଳିବେନି ମୋଦି

Ratnamani Maharana