EnewsOdia.Com

ନିର୍ଭୟା ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏସଏ ବୋବଡେ

ଭାରତର ବହୁ ଚର୍ଚିତ ଗଣଦୁଷ୍କର୍ମ ମାମଲାକୁ ନେଇ ତେଜୁଛି ବିବାଦ। ହାଇଦ୍ରାବାଦ ଗଣଦୁଷ୍କର୍ମ ଦୋଷୀଙ୍କ ଏନକାଉଣ୍ଟର ପରେ ଏବେ ଏମାନଙ୍କୁ ଫାଶୀ ପାଇଁ ପ୍ରୟାସ କରାଯାଉଥିବାର ସୂଚନା ମିଳୁଛି। ଏହି  ମାମଲାର ଦୋଷୀ ଅକ୍ଷୟ କୁମାର ସିଂହ ସୁପ୍ରିମକୋର୍ଟରେ ପୁନର୍ବିଚାର ପିଟିଶନ୍ ଦାଖଲ କରିଛନ୍ତି। ତେବେ ବୁଧବାର ଦୋଷୀ ସାବ୍ୟ।ସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ପ୍ରଥମେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ବୋବ୍‌ଡ଼େ, ଜଷ୍ଟିସ୍‍ ଆର୍‍ ଭାନୁମତି ଓ ଜଷ୍ଟିସ୍‍ ଅଶୋକ ଭୂଷଣଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା। ମାତ୍ର ଏବେ ନୂତନ ଖଣ୍ଡପୀଠ ବୁଧବାର ଏହି ମାମଲାର ଶୁଣାଣି କରିବେ।

ନିର୍ଭୟ ମାମଲାର ୪ ଦୋଷୀଙ୍କୁ ୨୦୧୭ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିବା ୩ ଦୋଷୀ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ୍‍କୁ ଚଳିତ ବର୍ଷ ୯ ଜୁଲାଇରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟାଙ୍କ ମା’ କରିଥିବା ଡେଥ୍‌ ୱାରେଣ୍ଟ ମାମଲାର ଶୁଣାଣି ଆସନ୍ତାକାଲି କରିବାର ଅଛି। ହେଲେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନର ଶୁଣାଣି କରି ନଥିବାରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆସନ୍ତାକାଲି ଚୂଡ଼ାନ୍ତ ରାୟ ପ୍ରକାଶ ନ କରିପାରନ୍ତି।

ପଢନ୍ତୁ:  କମିପାରେ ସୁନା ଦର

ସମ୍ବନ୍ଧିତ ଖବର

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଆଜିଠୁ ଆରମ୍ଭ ଜେଇଇ ମେନ୍‌ ପରୀକ୍ଷା

Ratnamani Maharana

ଆଜି ବି ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ କମିଶନରଙ୍କ ସହ ବିଏମସି କର୍ମଚାରୀ

Ratnamani Maharana

ଦିଲ୍ଲୀର ଦୀପାବଳିରେ ଫୁଟିବନି ରକେଟ ଆଉ ବମ୍

Ratnamani Maharana

ଶିଶୁଭବନରେ ଭର୍ତ୍ତି ହେଲା ତୃତୀୟ ବିରଳ ନବଜାତ ଶିଶୁପୁତ୍ର

Ratnamani Maharana

କରୋନା ପାଇଁ ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

Ratnamani Maharana