EnewsOdia.Com

ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

ଅଯୋଧ୍ୟା ବିବାଦର ଶୁଣାଣି ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇ ଯାଇଛି। ୫ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ସକାଳ ସାଢ ୧୦ଟାରେ ସେମାନଙ୍କ ଶୁଣାଣି ପଢି ଶୁଣାଇବା ଆରମ୍ଭ  କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ପଢୁଛନ୍ତି ରାୟ।
ତେବେ ସର୍ବ ସମ୍ମତିରେ ରାୟ ଆସିବ କହିଛନ୍ତି ମୁଖ୍ୟ ବିଚାରପତି।

୧-ସିଆ ଓ୍ବାକଫ୍ ବୋର୍ଡର ସିଙ୍ଗଲ ଲିଭ୍ ପିଟିସନ ଖାରଜ
୨-ନିର୍ମୋହି ଆଖଡ଼ା ପିଟିସନ ବି ଖାରଜ ହୋଇଥିବା ସୂଚନା
୩-ନିର୍ମୋହି ଆଖଡ଼ା ସେବାୟତ ନୁହଁନ୍ତି କହିଲେ କୋର୍ଟ
୪-ବାବ୍ରି ମସଜିଦ ମିର୍ ବାକି ତିଆରି କରିଥିଲେ- ମୁଖ୍ୟ ବିଚାରପତି
୫-ପ୍ରତ୍ନତତ୍ତ୍ୱ ବିଭାଗ ସର୍ଭେ ଓ ରିପୋର୍ଟକୁ ଅଣଦେଖା କରାଯାଇପାରିବନି
୬-ପ୍ରତ୍ୱତତ୍ତ୍ୱ ବିଭାଗ ସର୍ଭେ ଅନୁସାରେ ଦ୍ୱାଦଶ ଶତାବ୍ଦୀରେ ମନ୍ଦିର ଥିଲା। ତେବେ ଦ୍ୱାଦଶରୁ ଷୋଡ଼ଶ ଶତାବ୍ଦୀ ପଯର୍ୟନ୍ତ କୌଣସି ତଥ୍ୟ, ପ୍ରମାଣ ମିଳୁନି।
୭-ତେବେ ମସଜିଦ ଭଙ୍ଗାଯାଇ ମନ୍ଦିର ହୋଇଥିବା କିଛି ପ୍ରମାଣ ମିଳୁନି
୮-ଅଯୋଧ୍ୟା ରାମଙ୍କ ଜନ୍ମଭୂମି ଥିବା ହିନ୍ଦୁମାନଙ୍କ ଦୃଢ଼ ବିଶ୍ୱାସ ରହିଛି। ତେଣୁ ହିନ୍ଦୁମାନଙ୍କ ବିଶ୍ୱାସକୁ ଅଣଦେଖା କରାଯାଇ ପାରିବ ନାହିଁ। ଆଇନ ଅନୁଯାୟୀ ଜମି ବିବାଦର ମାଲିକାନା ହକ୍ ବିଚାର କରାଯିବ।

୯-ମୁସ୍‌ଲିମ୍‌ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ଏହି ସମ୍ବେଦନଶୀଳ ମାମଲାକୁ ଦୃଷ୍ଟିରେ ରଖି ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ପଢନ୍ତୁ: ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

ସମ୍ବନ୍ଧିତ ଖବର

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

Ratnamani Maharana

ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

Ratnamani Maharana

ସାତକୋଶିଆରୁ ଫେରିଯିବ ସୁନ୍ଦରୀ

Ratnamani Maharana

ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ

Ratnamani Maharana

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana

ଆଜିଠୁ ବଢିବ ଶୀତ

Ratnamani Maharana