News

ଜିଏସଟି ରିଫଣ୍ଡ ଜାରି କରିବା ନେଇ ସ୍ପଷ୍ଟିକରଣ

gst

ରପ୍ତାନୀ ବାବଦରେ ଜିଏସଟି ରିଫଣ୍ଡ ପଡ଼ି ରହିଥିବା ନେଇ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଦ୍ୱାରା ଛାପା ଗଣମାଧ୍ୟମରେ କେତେକ ଅସତ୍ୟ ଖବର ପ୍ରକାଶ ପାଇଛି । ସର୍ବସମ୍ମୁଖରେ ଉପସ୍ଥାପିତ କରାଯାଇଥିବା ଏସବୁ ତଥ୍ୟ ଅତିରଞ୍ଜିତ ଏବଂ ନିଶ୍ଚିତ ଭାବେ ତ୍ରୁଟିପୂର୍ଣ୍ଣ । ଏଠାରେ ସୂଚିତ କରାଯାଉଛି ଯେ ବର୍ତ୍ତମାନ ସୁଦ୍ଧା ବହୁସଂଖ୍ୟକ ରପ୍ତାନୀକାରୀମାନଙ୍କୁ ରିଫଣ୍ଡ ଜାରି କରାଯାଇସାରିଛି। ତେବେ କେତେକ ଦାବିରେ ତ୍ରୁଟି ରହିଥିବାରୁ ସେଗୁଡ଼ିକ ବର୍ତ୍ତମାନସୁଦ୍ଧା ପଡ଼ି ରହିଛି।

ଏହି ପରିପ୍ରେକ୍ଷୀରେ, ଏହା ସ୍ପଷ୍ଟ କରିଦିଆଯାଉଛି ଯେ ମୋଟ ଆଇଜିଏସଟି ରିଫଣ୍ଡ ଦାବି (41,889କୋଟି ଟଙ୍କା)ର 92.68% (38,824କୋଟି ଟଙ୍କା) ନିର୍ଦ୍ଧାରିତ ତାରିଖ ସୁଦ୍ଧା ଜିଏସଟିଏନରୁ ସୀମାଶୁଳ୍କକୁ ପୂର୍ବରୁ ହିଁ ଜାରି କରାଯାଇସାରିଛି । ଅବଶିଷ୍ଟ ଦାବି ପାଖାପାଖି 3065 କୋଟି ଟଙ୍କା ପଡ଼ି ରହିଛି, କାରଣ ଏସବୁ ଦାବିରେ ତ୍ରୁଟି ରହିଛି । ଏ ବାବଦରେ ପରବର୍ତ୍ତୀ ପଦକ୍ଷେପ ଲାଗି ରପ୍ତାନୀକାରୀମାନଙ୍କୁ ସୂଚିତ କରାଯାଇସାରିଛି।

gst

କେନ୍ଦ୍ର ଏବଂ ରାଜ୍ୟର ଆରଏଫଡି-01ଏ(ଆଇଟିସି ରିଫଣ୍ଡ) ଦାବି କ୍ଷେତ୍ରରେ ନିର୍ଦ୍ଧାରିତ ତାରିଖ ସୁଦ୍ଧା 2,077କୋଟି ଟଙ୍କାର ରିଫଣ୍ଡ ପଡ଼ିରହିଛି । ତେବେ 39,372କୋଟି ଟଙ୍କାର ରିଫଣ୍ଡ ଦାବି ଗ୍ରହଣ କରାଯାଇଥିବା ବେଳେ 32,345 କୋଟି ଟଙ୍କା ପରିମାଣର ରିଫଣ୍ଡ ପାଇଁ ସାମୟିକ/ଚୁଡ଼ାନ୍ତ ନିର୍ଦ୍ଦେଶ ଦିଆଯାଇସାରିଛି । 4,951କୋଟି ଟଙ୍କାର ଦାବି କ୍ଷେତ୍ରରେ ତ୍ରୁଟି ଜ୍ଞାପନ ଜାରି କରାଯାଇସାରିଛି । ତେଣୁ, ଜନସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇଥିବା ପରିମାଣଠାରୁ ପଡ଼ି ରହିଥିବା ବାସ୍ତବ ରିଫଣ୍ଡ ପରିମାଣ ଖୁବ କମ୍ । ବର୍ତ୍ତମାନ ତାରିଖ ସୁଦ୍ଧା ସାମଗ୍ରୀକ ଜିଏସଟି ରିଫଣ୍ଡ ଜାରି କରାଯିବା ପରିମାଣ 71,169୯ କୋଟି ଟଙ୍କା ରହିଛି । ତ୍ରୁଟିବିହୀନ ରିଫଣ୍ଡ ଦାବିଗୁଡ଼ିକ ତ୍ୱରିତ ବେଗରେ ଜାରି କରାଯାଉଛି।

ପଡ଼ିରହିଥିବା ରିଫଣ୍ଡ ଦାବି ସଂକ୍ରାନ୍ତରେ ସମସ୍ତ ବକେୟା ରାଶି ଜାରି କରାଯିବା ଲାଗି ନିରନ୍ତର ପ୍ରୟାସ କରାଯାଉଛି । ଜିଏସଟିଆର 1 ଏବଂ ଜିଏସଟିଆର 3ବି ସମେତ ସିପିଂ ବିଲ ଦାଖଲ କରିବା ସମୟରେ ଉଚିତ ପ୍ରକ୍ରିୟା ଅବଲମ୍ବନ କରିବା ଲାଗି ରପ୍ତାନୀକାରୀମାନଙ୍କ ସହଯୋଗ ଆଶା କରାଯାଉଛି।

ମାର୍ଗଦର୍ଶକ ପୁସ୍ତିକା, ପରାମର୍ଶ, ଏଫଏକ୍ୟୁ, ବିଜ୍ଞାପନ ଆଦି ଜାରି କରାଯିବା ସହିତ ବ୍ୟାପକ ପ୍ରଚାରପ୍ରସାର ଗତିବିଧି ଜାରି ରହିଛି । ଏତଦବ୍ୟତୀତ ଯେଉଁଠି ଅନଲାଇନରେ ତ୍ରୁଟିର ସଂଶୋଧନ କରାଯାଇପାରିବ ନାହିଁ ସେଠାରେ ମାନୁଆଲ ଇଣ୍ଟରଫେସ ଭଳି ବିକଳ୍ପ ପ୍ରକ୍ରିୟାର ବ୍ୟବସ୍ଥା କରାଯାଇଛି । ପ୍ରୟାସଗୁଡ଼ିକ ସକାରାତ୍ମକ ଫଳାଫଳ ପ୍ରଦର୍ଶନ କରିବା ଆରମ୍ଭ କରିଛି । ରପ୍ତାନୀକାରୀମାନଙ୍କୁ ଏହି ପ୍ରତିଶ୍ରୁତି ଦିଆଯାଉଛି ଯେ ସେମାନଙ୍କର ସମସ୍ତ ଉପଯୁକ୍ତ ରିଫଣ୍ଡ ଦାବି ବିନା ବିଳମ୍ବରେ ଜାରି କରିଦିଆଯିବ । ଆହୁରି, ରପ୍ତାନୀକାରୀ ସଂସ୍ଥାଗୁଡ଼ିକୁ ଏହି ଅନୁରୋଧ କରାଯାଉଛି ଯେ ସେମାନେ ସତ୍ୟାସତ୍ୟ ଆଧାରିତ ତଥ୍ୟ ସେମାନଙ୍କ ପ୍ରେସ ବାର୍ତ୍ତାରେ ଉପସ୍ଥାପନ କରନ୍ତୁ, କାରଣ ନିରାଧାର ଅଭିଯୋଗ ରପ୍ତାନୀକାରୀଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି କରୁଛି।

ପଢନ୍ତୁ; ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

Related posts

ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ

ENO Beuro

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ENO Beuro

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

ENO Beuro

Leave a Comment