POLITICALS

କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ  ଲାଗି ଆଜି ପ୍ରଚାରର ଶେଷ ଦିନ। ଆଜି ହିଁ ଲୋକଙ୍କୁ ଆକ୍ରୁଷ୍ଟ   କରାନଗଲେ ନିର୍ବାଚନୀ ଫଳାଫଳ ହୋଇପାରେ ଦଳର ବିରୋଧୀ। ତେବେ ଏହି ନିର୍ବାଚନୀ ପ୍ରଚାର ଲାଗି ମୁହାଁ ମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି କର୍ମୀ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ  ଆଜି ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶର ବିଜନୌରରେ ରୋଡ ଶୋ  ଚାଲିଥିଲାବେଳେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ପାଇଁ ପ୍ରଚାର ପାଇଁ ରୋଡ଼ ଶୋ’କରୁଥିବାବେଳେ କିଛି ବିଜେପି କର୍ମୀଙ୍କ ଉପରକୁ ପ୍ରିୟଙ୍କା ହସି ହସି ଉପରକୁ ଫୁଲ ଫୋପାଡ଼ିଥିଲେ। ବିଜେପି କର୍ମୀଙ୍କୁ ଦେଖି କଂଗ୍ରେସ କର୍ମୀ ଚୌକିଦାର ଚୋର ହେ ନାରା  ଦେଇଥିଲେ।  ବିଜେପି କର୍ମୀ ବି ଛାଡିବା ଲୋକ ନଥିଲେ। ସେମାନେ ସେଠାରେ ମୋଦି ମୋଦି ନାରା  ଲଗାଇବା ଆରମ୍ଭ କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମ୍ନାସାମ୍ନି ହୋଇଥିଲେ।
ପଢନ୍ତୁ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Related posts

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ENO Beuro

ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

Ratnamani Moharana

ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

Ratnamani Moharana

Leave a Comment