News

ଦୁର୍ବଳ ହେଲା ଲାଗୁଚାପ, ବର୍ଷା ପ୍ରଭାବ କମିବା ସହ ବଢିବ ଶୀତର ପ୍ରକୋପ

ଦୁର୍ବଳ ହେଲା ଲାଗୁଚାପ, ବର୍ଷା ପ୍ରଭାବ କମିବା ସହ ବଢିବ ଶୀତର ପ୍ରକୋପ

ବଙ୍ଗୋପ ସାଗରରେ ଘନୀଭୂତ ହୋଇ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି କଲାପରେ ଶେଷରେ ଅବପାତ ସ୍ଥଳଭାଗ ଛୁଇଁ ଦୁର୍ବଳ ହୋଇଛି । ଫଳରେ ଆଜିଠାରୁ ବର୍ଷା କମିବ । ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ଷାତ କମିଛି ମାତ୍ର ଆଗାମୀ ନଭେମ୍ବର ୨୦ରୁ ଥଣ୍ଡା ବଢ଼ିବ । ଅନ୍ୟପକ୍ଷରେ ପବନର ବେଗ କମିଥିଲେ ମଧ୍ୟ ଏବେବି ସମୁଦ୍ର ଭିତରକୁ ପ୍ରବେଶ ନକରିବା ପାଇଁ ମତ୍ସଜୀବୀମାନଙ୍କୁ ସତର୍କ ଜାରି କରାଯାଇଛି ।

ବଙ୍ଗୋପ ସାଗରରେ ଘନୀଭୂତ ହୋଇ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ପାଣିପାଗ ବଦଳି ଯାଇଛି । ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବୃଦ୍ଧି ଘଟିଥିବା ବେଳେ ରାଜ୍ୟର ପାଣିପାଗ ବଦଳି ଯାଇଛି । ସେହିଭଳି ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇ ୩୦ଡିଗ୍ରୀ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ସର୍ବାଧିକ ୬୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଗତ ୪ ଦିନ ହେବ ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବାରୁ ଥଣ୍ଡା ଫେରିବାକୁ ଗୋଟିଏ କିମ୍ବା ଦୁଇ ଦିନ ଲାଗିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଦୁର୍ବଳ ହେଲା ଲାଗୁଚାପ, ବର୍ଷା ପ୍ରଭାବ କମିବା ସହ ବଢିବ ଶୀତର ପ୍ରକୋପ

ପଢନ୍ତୁ, ୧୮ ନଭେମ୍ବର, ଶନିବାର – ରାଶିଫଳ

Related posts

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

ENO Beuro

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା

ENO Beuro

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

ENO Beuro

1 comment

Leave a Comment