Loading...

ଉଗ୍ର ରୂପ ନେଲା ପୁଞ୍ଜିଭୁତ ଅସନ୍ତୋଷ, ଉଠା ଦୋକାନୀଙ୍କ ଉତ୍ପାତ ଓ ପାର୍କିଂ ବ୍ୟବସ୍ତା ବିରୋଧରେ ବନ୍ଦ ହେଲା ୧ନଂ. ହାଟ

ଉଗ୍ର ରୂପ ନେଲା ପୁଞ୍ଜିଭୁତ ଅସନ୍ତୋଷ, ଉଠା ଦୋକାନୀଙ୍କ ଉତ୍ପାତ ଓ ପାର୍କିଂ ବ୍ୟବସ୍ତା ବିରୋଧରେ ବନ୍ଦ ହେଲା ୧ନଂ. ହାଟ

ଦୀର୍ଘଦିନର ଏହି ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ଅନିର୍ଦିଷ୍ଟକାଳ ପାଇଁ ହାଟ ବନ୍ଦ କରିଛନ୍ତି ବ୍ୟବସାୟୀ।

ଦୀର୍ଘଦିନର ଏହି ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ଅନିର୍ଦିଷ୍ଟକାଳ ପାଇଁ ହାଟ ବନ୍ଦ କରିଛନ୍ତି ବ୍ୟବସାୟୀ। ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ସୂଚନାନୁସାରେ, ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍‌ ବିଲ୍ଡିଂ ୧୭ ଦିନ ତାଲା ପଡ଼ିଥିଲା। ଏବେ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟ(ୟୁନିଟ୍‌-୧ ହାଟ)ରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.