News

ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

We

୩ ଦିନ ଯାଏ କୋହଲା ପାଗ

ଆଜି  ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବା ସହ କିଛି ଅଂଚଳରେ ବର୍ଷା ହୋଇପାରେ । ଏଥିସହ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳରେ ଆସନ୍ତା ୪୮ ଘଂଟା ମଧ୍ୟରେ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ଓଡ଼ିଶାରେ ୮ ଓ ୯ରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଏବଂ ୧୦ ତାରିଖ ଯାଏ ଏଭଳି ପାଗ ଲାଗି ରହିବ ବୋଲି ସୂଚନା ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ୧୨ଟା ଯାଏଁ ଏହି ସବୁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଳାଗୁଡିକ ହେଲା:- ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ପଢନ୍ତୁ: ୧୦୦ରୁ ଅଧିକ ସ୍ପାଇସ ବମ୍ କିଣିବାନେଇ ଇସ୍ରାଏଲ ସହ ଡିଲ୍‌ କଲା ଭାରତ

Related posts

ରାଜଧାନୀରୁ ମାଓ ନେତା ଗିରଫ!

ENO Beuro

ବ୍ରହ୍ମପୁତ୍ରରେ ନୌକା ବୁଡି ୨୦ରୁ ଅଧିକ ମୃତ,୧୨ ଉଦ୍ଧାର

ENO Beuro

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

Leave a Comment