Loading...

ରାଜ୍ୟରେ ଦିନତମାମ ମେଘୁଆ ପାଗ, କେତେକ ସ୍ଥାନରେ ହାଲୁକା ବର୍ଷା

ରାଜ୍ୟରେ ଦିନତମାମ ମେଘୁଆ ପାଗ, କେତେକ ସ୍ଥାନରେ ହାଲୁକା ବର୍ଷା

ବାୟୁମଣ୍ଡଳର ଉପରି ଭାଗରେ ପଶ୍ଚିମା ପବନ ପ୍ରବାହ ଓ ଏହାସହ ଜଡ଼ିତ ନିମ୍ନଚାପରେଖା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଦିନ ଆକାଶ ମେଘୁଆ ରହିଥିଲା।

ବାୟୁମଣ୍ଡଳର ଉପରି ଭାଗରେ ପଶ୍ଚିମା ପବନ ପ୍ରବାହ ଓ ଏହାସହ ଜଡ଼ିତ ନିମ୍ନଚାପରେଖା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଦିନ ଆକାଶ ମେଘୁଆ ରହିଥିଲା।ଆଜି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବା ସହ ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଅନ୍ୟପଟେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ୧୬ ଡିଗ୍ରି ଉପରେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ଼ ଓ ଦାରିଙ୍ଗବାଡ଼ିଠାରେ ୧୬.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋ‌ଚ୍ଚ ତାପମାତ୍ରା ୩୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.