News

କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

asha

ଆଶାକର୍ମୀଙ୍କ ପାଇଁ ଖୁସି ଖବର

ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଆଣିଦେଇଛନ୍ତି। ସରକାରୀ ଘୋଷଣା ଅନୁଯାୟୀ, ଛତା, ଚପଲ, ସାଇକେଲ, ଆଲମିରା ଓ ଟର୍ଚ୍ଚ ବାବଦ ଖର୍ଚ୍ଚ ପାଇଁ ଆଶାକର୍ମୀମାନଙ୍କୁ ବର୍ଷିକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ୧୦ ବର୍ଷ କାର୍ଯ୍ୟ କରିବା ପରେ ସ୍ୱେଚ୍ଛାକୃତ ଅବସର ନେଲେ ସେମାନଙ୍କୁ ୨୦ ହଜାର ଟଙ୍କା ମିଳିବ। ଆଶାକର୍ମୀଙ୍କ ଆର୍ଥିକ ସହାୟତା ରାଶି ଏଣିକି ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୪୭ ହଜାର ଆଶାକର୍ମୀ ଉପକୃତ ହେବେ ବୋଲି ସୂଚନା ମିଳିଛି।

asha

ଏଣିକି ଆଶା କର୍ମୀ ଅତି କମରେ ୧୦ ବର୍ଷ କାର୍ଯ୍ୟ କରି ସ୍ୱେଚ୍ଛାକୃତ ଭାବରେ ଅବ୍ୟାହତି ନେବେ ବା ୬୨ ବର୍ଷ ବୟସରେ ଆଶା କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ସେମାନଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରି କହିଛନ୍ତି ଯେ ବିଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ଉତ୍ସାହଜନକ ଭାବେ ହ୍ରାସ ପାଇଛି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ଆସିଛି । ଆଶାମାନଙ୍କର କର୍ତ୍ତବ୍ୟନିଷ୍ଠା କାମ ଓ ସେବା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି।

 

ପଢନ୍ତୁ: ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା:ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

Related posts

ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

ENO Beuro

ଶ୍ରୀଲଙ୍କାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

Leave a Comment