POLITICALS

ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Puri 2 750x430

ପର୍ଯ୍ୟଟନ ସହର ପୁରୀର ଭିତ୍ତିଭୂମି ବିକାଶ ଲାଗି ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ୫୦୦ କୋଟି ଟଙ୍କାରେ ସହରରେ ନୂଆ ରାସ୍ତା, ସେତୁ, ପାର୍କିଂ ପ୍ଲେସ କରାଯିବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବା ଲାଗି ୧୯୦ କୋଟି ଟଙ୍କା ବ୍ୟୟରେ ଶ୍ରୀସେତୁ ନିର୍ମାଣ ହେବ। ଏହାସହ ଜଗନ୍ନାଥବଲ୍ଲଭ ମଠରେ ବହୁତଳ ପାର୍କିଂ ପ୍ଲେସ, ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ ସେଣ୍ଟର ଓ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ବାବଦରେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବା ସହ ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ ପାଇଁ ୮୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅନ୍ୟପକ୍ଷରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ପୁରୀର ବିକାଶ କାର୍ଯ୍ୟର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଆଇନ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ DIG ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ: ପାକିସ୍ତାନର ପ୍ରତିଶୋଧ, ସତଲେଜର ନଦୀବନ୍ଧର ଗେଟ୍‌ ଖୋଲି ପଞ୍ଜାବରେ ବନ୍ୟା କଲା ପାକିସ୍ତାନ

 

Related posts

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ENO Beuro

ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Ratnamani Moharana

କଂଗ୍ରେସ ସଭାପତି ଚୟନ ପ୍ରକିୟାରେ ସାମିଲ୍‌ ହେଲେନି ସୋନିଆ-ରାହୁଲ

Ratnamani Moharana

1 comment

ମହଙ୍ଗା ହେବାକୁ ଯାଉଛି ଓମ୍‌ଫେଡ୍‌ ପ୍ୟାକେଟ୍‌ August 23, 2019 at 1:52 pm

[…] ପୁରୀର ବିକାଶ ପାଇଁ ୫ ଶହ କୋଟିର ପ୍ୟାକେଜ୍&hel… […]

Leave a Comment