News

୩ ମାସ ମଧ୍ୟରେ ମହାନଦୀ ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ !

By ENO Beuro

May 18, 2018

୩ ମାସ ମଧ୍ୟରେ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଜଳ ସଂପଦର ବିକାଶ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚରେ ହେବ ୭୫ ହଜାର କୋଟି ଟଙ୍କା । ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆସନ୍ତା ୩ ମାସ ମଧ୍ୟରେ ଜଳନୀତି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହା ସହ ଆସନ୍ତା ୩ ମାସ ମଧ୍ୟରେ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜଳସମ୍ପଦର କିପରି ସୁବିନିଯୋଗ କରାଯିବ, ସେ ଦିଗରେ ଧ୍ୟାନ ଦିଆଯିବ ।

ଆଗାମୀ ୩ ମାସ ମଧ୍ୟରେ ଗଙ୍ଗାଧର ମେହେର ମେଗାଲିଫ୍ଟ କେନାଲ୍‌ ସିଷ୍ଟମ୍‌ର ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଏହା ସହ ମହାନଦୀରେ ବିନା ବିସ୍ଥାପନରେ କିପରି ବ୍ୟାରେଜ ନିର୍ମାଣ ହେବ ଏବଂ ନଦୀ ଜଳ ସଂରକ୍ଷଣ ଓ କୃଷି ତଥା ପାନୀୟ ଜଳ ପାଇଁ ଏହା ବିନିଯୋଗ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବରଗଡ଼ ଓ ଶାସନ ମୁଖ୍ୟ କେନାଲ୍‌କୁ କଂକ୍ରିଟ୍‌ ଲାଇନିଂ କରାଯିବ । ଏଥି ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଏହି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ । ଖଣିଜ ପାଣ୍ଠି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ୍‌ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲୋକଶକ୍ତିକୁ ଆକଳନ କରିବା ନିମନ୍ତେ ସେ ପଞ୍ଚାୟତିରାଜ ଓ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଚାଷୀଙ୍କ ପାଇଁ ୨ଟି ନୂଆ ଯୋଜନା ଶୁଭାରମ୍ଭ କରିଛନ୍ତି କୃଷି ଓ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥି । ନିଜସ୍ୱ ଜ୍ଞାନ କୌଶଳ ଉନ୍ନତ ଓ ଅଭିନବ କୃଷି ଯନ୍ତ୍ରପାତି ତିଆର କରି ବ୍ୟବହାର କରୁଥିବା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରାଯିବ । ଏହା ସହ କୃଷି କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନିୟମକୁ ସରଳ କରାଯାଇଛି ।

ପଢନ୍ତୁ ;

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?