News

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ

ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ

ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢୁଥିବା ରାଜ୍ୟର ୧୭ ଲକ୍ଷ ଛାତ୍ରୀମାନଙ୍କ ପାଇଁ ଖୁସି ଖବର ।  ରାଜ୍ୟ ସରକାର ଆରମ୍ଭ କଲେ ‘ଖୁସି’ ଯୋଜନା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସେମାନେ ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନାରେ ପ୍ରତି ମାସରେ ସାନିଟାରୀ ନାପକିନ୍ ବିନା ମୂଲ୍ୟରେ ପାଇପାରିବେ ।

ଏହା ସହିତ ଯୁବତୀ ଓ ମହିଳାମାନଙ୍କ ପାଇଁ ରିଆତି ଦରରେ ସାନିଟାରୀ ନାପକିନ୍ ଉପଲବ୍ଧ କରାଯିବା ଦିଗରେ ସରକାର ପଦକ୍ଷେପ ନେବେ । ଏହି ପଦକ୍ଷେପ ଦୀର୍ଘକାଳୀନ ଭାବେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ପରିମଳ ପରିଚ୍ଛନ୍ନତା ରକ୍ଷା ଦିଗରେ ସହାୟକ ହେବ ଏବଂ ନିୟମିତ ବିଦ୍ୟାଳୟ ଆସିବାରେ ଏହା ବିଶେଷ ଭାବେ ଫଳପ୍ରଦ ଭୂମିକା ତୁଲାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଘୋଷଣା କରି ମତବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଫଳରେ ସ୍କୁଲରେ ପଢୁଥିବା କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରୋଗ ରଖିବା ପାଇଁ ସହାୟକ ହେବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବିନା ମୂଲ୍ୟରେ ଯୋଗାଣ ବ୍ୟବସ୍ଥା ଅପ୍ରେଲ ମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ସୂଚନା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ Nabin
ପଢନ୍ତୁ ;

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ

Related posts

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା:ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍

Krishna Kumar Manoj

୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Krishna Kumar Manoj

ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More