POLITICALS

ବିଜେଡିର ପାର୍ଥୀ ତାଲିକା ପ୍ରକାଶ ପାଇଲା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

ଆଜି ପ୍ରକାଶ ପାଇଛି ବିଜେଡ଼ିର ପାର୍ଥୀ  ତାଲିକା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା  କରିଛି ପ୍ରକାଶ। ତେବେ ବହୁ ଆଲୋଚନା ଓ ସମାଲୋଚନାର ଅନ୍ତ ଘଟାଇ ନବୀନ ପଟ୍ଟନାୟକ  କେଉଁ ଆସନରୁ ଲଢୁଛନ୍ତି ତାହା ହୋଇଛି ସ୍ପଷ୍ଟ। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି  ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ  ବି ନିର୍ବାଚନ ଲଢ଼ିବେ।

ତେବେ ଏହି ତାଲିକାରେ ରହିଛି ଅନ୍ୟକେତକ ରାଜନେତାଙ୍କ ନାମ। କଳାହାଣ୍ଡି ଲୋକସଭା ଆସନରୁ ପୁଷ୍ପେନ୍ଦ୍ର ସିଂଦେଓ, କୋରାପୁଟରୁ କୌଶଲ୍ୟା,ନବରଙ୍ଗପୁରରୁ ମନ୍ତ୍ରୀ ରମେଶ ମାଝି, ବଲାଙ୍ଗିରରୁ କଳିକେଶ ନାରାୟଣ ସିଂଦେଓ,ବରଗଡ଼ରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତ ପାର୍ଥୀ ହେବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ସିଦ୍ଧାନ୍ତ ମହାପାତ୍ର  ଲଢୁଥିବା ଆସନରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ପାର୍ଥୀ କରାଯାଇଛି।
ପଢନ୍ତୁ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Related posts

ଧର୍ମେନ୍ଦ୍ର ପ୍ରଧାନ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଜୁଏଲ ଓରାମ୍

ENO Beuro

ଜଗନ ରେଡ୍ଡୀଙ୍କ ଆଦେଶରେ ଭଙ୍ଗା ହେଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

Ratnamani Moharana

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

ENO Beuro

Leave a Comment